ମା' ଲକ୍ଷ୍ମୀଙ୍କ ରଜଭାର
ମା' ଲକ୍ଷ୍ମୀଙ୍କ ରଜଭାର


ପାଖେ ଶ୍ରୀମନ୍ଦିର ପାଖେ ବଇକୁଣ୍ଠ
ମଝିରେ ଲକ୍ଷ୍ମୀ ମନ୍ଦିର
ନୀଳଚକ୍ରେ ଉଡ଼େ ପତିତପାବନ
ଜଗନ୍ନାଥ ତାଙ୍କ ବର l
ରଜ ପରବରେ ଆସିଥିଲା ତାଙ୍କ
ବାପ ଘରୁ ଫଳ ଭାର
ଅତି ଯତନରେ ପଠିଆଇ ଥିଲେ
ବାପ ତାଙ୍କ ରତ୍ନାକର l
ରସାଳ, ପଣସ, ଖର୍ଜୁର,ସପୁରି
ତା ସଙ୍ଗତେ ସଜ ତାଳ
ତରଭୁଜ,ଜାମୁ,କାକୁଡି,କମଳା
ଭଇଁଚ ଓ ଜାମୁ ରୋଳ l
ନାନା ଜାତି କୋଳି ଆସିଅଛି ପୁଣି&nbs
p;
କୋଳି ଖିଆ ଜଗନ୍ନାଥ
ଶବରୀ ଅଇଁଠା କୋଳି ଖାଇ ତାର
ନାମ ହୋଇଛି ବିଖ୍ୟାତ l
କଳ୍ପବଟ ପରେ ରାମଦୂତ ଦଳେ
ହେଉ ଥିଲେ ରମ୍ପା ରମ୍ପି
ସେବକେ ଖୋଲିଲେ ଭାର ଯେତେବେଳେ
ନେଇ ପଳାଇଲେ ଝାମ୍ପି l
ଲକ୍ଷ୍ମୀ ବୋଲେ ଧନ୍ୟ ଆହେ ଲୀଳାମୟ
ଧନ୍ୟ ମୁହିଁ ଭାଗ୍ୟବତୀ
ବାପ ରଜଭାର ପଂକ୍ତି ଭୋଜ୍ୟ ହେଲା
ଧନ୍ୟ ହନୁମନ୍ତ ପନ୍ତି l