STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ମା ଦୁର୍ଗା

ମା ଦୁର୍ଗା

1 min
14.8K


‘ଦୁର୍ଗ’ ଶବଦର ଅର୍ଥଟି ଦୁର୍ଗତି

‘ଆ’ ତାକୁ କାଟିଦେବା

ଦୁର୍ଗା ଅର୍ଥ ଯିଏ ଦୁର୍ଗତି ନାଶଇ

ତାକୁ ଆମେ ସ୍ମରଣିବା

ଯେତେ ଦୁଃଖ ହେଉ ଯେତେ କଷ୍ଟ ହେଉ

କରିଯେ ପାରେ ହରଣ

ଦୁର୍ଗତିନାଶିନୀ ମା ଦୁର୍ଗା ସିଏ

ତା ପାଦେ କୋଟି ପ୍ରଣାମ

ଧରାକୁ ଓହ୍ଳାଇ ଆସିଛି ଖୁସିରେ

ବୁଝିବାକୁ ଆମ ଦୁଃଖ

ତାମସିକ ଭାବେ ନ ଦେଖି ମାଆକୁ

ଭକତିରେ ତାକୁ ଦେଖ

ବିଶ୍ଵାସରେ ବିଷ ହୁଅଇ ଅମୃତ

ବିଶ୍ଵାସରେ ତାକୁ ଡାକ

ଦେଖିବ ତୁମର ସମସ୍ୟା ଖସିବ

ପାଇବ ନୂଆ ଆଲୋକ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational