ଲୁହ
ଲୁହ
ଲୁହ ନୁହେଁ ସେତ ଆଖିର ମୁକୁତା
ଅଭିମାନେ ଝରୁଥାଏ
ଅମୁଲ ମୁଲ ସେ ଲୁହର ଉପମା
ଭଲା କାହା ସହ ହୁଏ?
ଝରଝର ଝରି ଓଦା କରୁଥାଏ
ଅଦିନ ବରଷା ଟୋପା
ପ୍ରିୟାର ଆଖିରେ ସପନ ର ଢେଉ
ଲୁହ ଗୋଟାଏ ସେ ଖୋପା ।
ଲୁହର ସଂପର୍କ ଲୁହରେ ବନ୍ଧାସେ
ମନ ଦିଆନିଆ ହୁଏ
ଟଳମଳ ହୁଏ ଢଳଢଳ ହୁଏ
ପ୍ରିୟତମ ସଙ୍ଗ ଚାହେଁ ।
