Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rama chandra Pradhan

Children

3  

Rama chandra Pradhan

Children

ଲୋଟଣି ପାରା

ଲୋଟଣି ପାରା

1 min
251


ଲୋଟଣି ପାରାରେ ଲୋଟଣି ପାରା

ଆକାଶେ ଉଡୁ ତୁ ନ ଦେଇ ଧରା l

ଉଡ଼ି ଉଡ଼ି ଆସେ ପାଖକୁ ମୋର

ଖୁସିରେ ରଖିବି କରି ଆଦର l

ତୁ ଆସିଲେ ଗଢ଼ି ଦେବି ଉଆସ

ଖାଇବାକୁ ଦେବି ବିରି ସୋରିଷ l

ସଞ୍ଜ ସକାଳରେ ଖେଳିବା ମିଶି

ଚାରିଆଡ଼େ ବୁଲି ହେବାରେ ଖୁସି l

ମନରେ ନ ରଖି ରାଗ କି' ରୁଷା

କାଠିକୁଟା ନେଇ ଗଢ଼ିବା ବସା l

ଲୋଟଣି ପାରାରେ ଲୋଟଣି ପାରା

ନ ମାନି ଉଡୁ ତୁ ଖରା କି' ତରା l

ଘୁମୁ ଘୁମୁ ତୁହି ଶବଦ କରୁ

ତୋ ପାଖକୁ ଗଲେ ଉଡ଼ି ତୁ ଫୁ୍ର୍ l



Rate this content
Log in