Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶିଶିର ସାହୁ ମନୋଜ

Inspirational

3  

ଶିଶିର ସାହୁ ମନୋଜ

Inspirational

ଲୋଡ଼ା ନାହିଁ

ଲୋଡ଼ା ନାହିଁ

1 min
240



ଏତେ ଉଚ୍ଚରେ ମୋତେ ନ ବସାଅ 

ପ୍ରଭୁ ହେ ! ପୃଥିବୀ ପର ହୋଇ ନ ଯାଉ ।


ଏତେ ଖୁସି ଵି ନ ଦିଅ କେବେ ଯେ 

ପର ଦୁଃଖ ଦେଖି ମୋ ମନ ହସୁଥାଉ ।।୧।।


ଲୋଡ଼ା ନାହିଁ ସେମିତି ଶକ୍ତି ହିଁ

ଯଦି ନିର୍ଵଳ ଉପରେ ତା’ ପ୍ରୟୋଗ କରେ ।


ଚାହେଁ ନା ଏମିତି ଭାଵ କି କାହାକୁ 

ଦେଖି ଦେଖି ହିଁ ମୋ ହୃଦୟ ଇର୍ଷା କରେ ।।୨।।


ଏତେ ଜ୍ଞାନ ନଦିଅ ହେ ଈଶ୍ଵର 

ଯେ ଖାଲି ଅଭିମାନେ ବୁଡି଼ ମରୁଥିବି । 


ଦିଅନା ସେମିତି ବୁଦ୍ଧି ଯା ବଳେ ମୁଁ 

ଠକି ଠକି ଆନ କୁ ମାରୁଥିବି ।।୩।।


ଲୋଡେ଼ ନାହିଁ ଏସବୁ ଠାକୁରେ 

ସବୁ ପାଇଗଲେ ଯଦି ପଶୁ ହେବି । 


ବରଂ ନଥାଉ ତେବେ କିଛି ହେ

ମୁଁ ତଥାପି ଆନନ୍ଦେ ଜୀଵନ ଜୀଇଁଯିବି ।।୪।।


Rate this content
Log in

Similar oriya poem from Inspirational