ଲୋ ମିତଣୀ
ଲୋ ମିତଣୀ


ମିତଣୀ ଲୋ ମିତଣୀ
ଅଶିଣ ଆସି ଗଲାଣୀ
କାଶତଣ୍ଡି ଫୁଲେ
ଧରା ହସୁ ଅଛି
ମା ଆସିବେ ଡାକ ଦେଲାଣୀ ।।
ନାଲି ଦରବ ରେ ଭାରି ଆଦର
ମା ଦେହେ ନାଲି ଦିଶେ ସୁନ୍ଦର
ଖୋଜି ଆଣି ଥିବା ବେଲ ପତର
ତୋଳି ଗୁନ୍ଥି ଦେଲୋ ନାଲି ମନ୍ଦାର ।।
ମହ ମହ ଝୁଣା
ବାସି ଗଲାଣୀ
ପୂଜା ମଣ୍ଡପ ଲୋ
ସଜ ହେଲାଣି
ମିତଣୀ ଲୋ ମିତଣୀ ।।
ଦୁଃଖ ସବୁ ତୋର ହୋଇବ ଦୂର
ଭକ୍ତି ଦେଖି ମା ଯାଚି ଦେବେ ବର
ଦୁଷ୍ଟ ଦାନବକୁ କରିଲେ ସଂହାର
ଶକ୍ତି ସ୍ଵରୁପା ଦୁର୍ଗା ନାମ ତାର ।।
ରୁଣୁ ଝୁଣୁ ହୋଇ
ଶବ୍ଦ ଶୁଭି ଲାଣୀ
ଶରଦ ରେ ଲୋ
ପୂଜା ଆସି ଲାଣି
ମିତଣୀ ଲୋ ମିତଣୀ ।।