STORYMIRROR

B Shankar Mishra. Zitunana

Comedy

3  

B Shankar Mishra. Zitunana

Comedy

ଲକଆଉଟ

ଲକଆଉଟ

1 min
11.6K

ଆଉ ଭଲ ଲାଗୁନାହିଁ ଜମା ମନ

ତମ କତିକି ବି ଯାଇ ହଉନାଇଁ

ପିଟି ଛେଚି ହୁଏ ଏ ଜୀବନ

ଖାଲି କୁଲୁପ ଫିଟାରେ ଅଛି ମନ


କେହି ଉପାୟ ତ ଟିକେ କୁହ

ନାକ ଖୁଳୁପା ଟା ଲାଗିରହୁଛି ଯେ

ସତେକି ଦେଉଛି ଅମ୍ଳଜାନ..

ବହୁ ବିକଳେ ଗଡୁଛି ଗଣି ଦିନ


ବୁଝି ମୁଁ ପାରୁନି ଜମା ଆଉ

ଭାରି ଲାଗିଲାଣି ମୁଣ୍ଡକାନ

ଅତି ଚାଲାକରେ ଗୁହଖିଆ ସମ

ଫସିଅଛି ଏବେ ଏ ଜୀବନ


ଘୁଡମୁହାଁ ରୁଗ ଆଚ୍ଛା ନଚାଇଲା

ବିକଳିଆ ପ୍ରାୟେ ବିତେ ଦିନ

ଜୀଵ ବଞ୍ଚିଥିଲେ ପୁଣି ଭେଟହେବା

ଲାଷ୍ଟ ଆଶା ଏବେ ଭଗବାନ


ମିଳୁନି ବି କିଛି ବରଦାନ..

ଘାଇଁ ଘାଇଁ କରେ ମୁଣ୍ଡକାନ

ଗୁଣିଆ ଉଷୁଧେ ଯଦି ଥିଲା ଆଶା

ଲକାଉଟେ ବନ୍ଧା ଏ ଜୀବନ


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy