STORYMIRROR

Sandhyarani dash

Abstract

2  

Sandhyarani dash

Abstract

ଲିଭିଯାଏ ଏ ଜୀବନ

ଲିଭିଯାଏ ଏ ଜୀବନ

1 min
356

ଶେଷ ହୀନ ଅଟେ ମନର ସପନ

ଅପେକ୍ଷାର ଅନ୍ତ ନାହିଁ,

ରାତ୍ରୀ ପାହିଗଲେ ଉଭେଇ ଯାଏ ସେ

ପୂରୁବ ଆକାଶେ ଚାହିଁ


ବସନ୍ତ ମଳୟ କୁହୁତାନ କେବେ

ମହୁଲ ଫୁଲ ର ବାସ

ବିମୋହିତ ହୁଏ ଅନ୍ତର ଟା କେବେ

ଓଠରେ ଆଣେ ଇ ହସ


ସପନ ଟା କେବେ ଅସରନ୍ତି ପ୍ରଶ୍ନ

ପୁଣି କେବେ ମଧୁ ମତି,

ନିଘୋଡ଼ ନିଦର ସପନ ରେ ଖେଳି

ପହିଯାଏ କେବେ ରାତି


ହୃଦୟରେ କେବେ ଅବାଞ୍ଛିତ ବର୍ଷା

ଅଜାଣତ ବହି ଯାଏ

ଜଳ ବିନା କେବେ ମରୁଭୂମି ପରି

ଧୁଧୁ ତାତି ଯାଏ


ଶୀତ ର ଗଜଲ ପରି ଶୁଭୁ ଥାଏ

କେବେ ଏହି ପରା ସ୍ବପ୍ନ

ହେଲେ ବି ଏଥିରେ ସତ୍ୟତା ନଥାଏ

ଲିଭି ଯାଏ ଏ ଜୀବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract