STORYMIRROR

Manorama Mohanty

Abstract

3  

Manorama Mohanty

Abstract

ଲଗାଇଛ ବଡ଼ ହୁନ୍ଦର

ଲଗାଇଛ ବଡ଼ ହୁନ୍ଦର

1 min
258

ହେ କଳା ଶ୍ରୀମୁଖ 

      ଲଗାଇଛ ବଡ଼ ହୁନ୍ଦର 

ହେ କଳାଶ୍ରୀ ମୁଖ 

      ଲଗାଇଛ

ବନେ ଉପବନେ ରଚିଲ ଫୁଲ 

ସାଗର ର ଗର୍ଭେ ମୁକୁତାମାଳ 

ଆକାଶ ରେ ରବି ତାରା ଚନ୍ଦ୍ରମା 

ସଙ୍ଗୀତେ ଭରିଲ ମଧୁ ମୂର୍ଚ୍ଛନା  କହ କହରେ କାଳିଆତୁ କିଭଳିଆ 

    ହେଲୁ ଶ୍ରେଷ୍ଠ କାରିଗର

ହେ କଳାଶ୍ରୀ ମୁଖ 

     ଲଗାଇଛ

କାହାକୁ ବାଣ୍ଟୁଛ ଅଭଡ଼ା ଭାତ 

ବିନା ଦୋଷେ କା'ର ଖୋଳୁଛ ଗାତ 

ମୋହମାୟା ଡୋରି ଲଗାଇ ଦେଇ 

ବସିଛ ତ ଭାଇଭଉଣୀ ନେଇ 

   ଏଡ଼େ ଖଳୁଆ ହେ ସତ୍ୟସୁନ୍ଦର 

ହେ କଳା ଶ୍ରୀମୁଖ 

    ଲଗାଇଛ

ଏ ବିଶ୍ୱବ୍ରହ୍ମାଣ୍ଡ ମୋହ ରେ ଭରା 

ଅସତ୍ୟ ଅନୀତି କରଇ ଖେଳା 

ଚନ୍ଦନ ଲଗାଇ ଅସାଧୁ ଜନ 

ଦେବତା ବୋଲଇ ବାଣ୍ଟନ୍ତି ଧନ 

   ବୁଝି ମୁଁ ପାରୁନି କିଧନ୍ଦା ତୋର 

ହେ କଳାଶ୍ରୀ ମୁଖ 

    ଲଗାଇଛ

ମଣିଷ ଜନ୍ମ ରୁ ମୁକତି ଦିଅ 

ଅଧର୍ମ ବାଟରୁ ଫେରାଇ ନିଅ 

ସଞ୍ଜ ସକାଳେ ତୁମରି ମୂରତି 

ଅନୁଭବେ ମୋର ହେଉ ସଦଗତି 

  କରନାହିଁ ପ୍ରଭୁ ପାଶୁଅନ୍ତର 

ଢାଳିଦିଅ ମର୍ତ୍ତେ କରୁଣା ଧାର 

ହେ କଳାଶ୍ରୀମୁଖ 

     ଲଗାଇଛ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract