STORYMIRROR

Sandhyarani dash

Romance

2  

Sandhyarani dash

Romance

ଲାଗିବନି ଏକା ଏକା

ଲାଗିବନି ଏକା ଏକା

1 min
132

ପହିଲି ପ୍ରେମକୁ ଭୁଲି ହୁଏ ନାହିଁ

ତୁମ କଥା ମନେ ପଡେ,

ଅଜଣା ତେ ଆସି ମୋ ହାତକୁ ଧରି

ନେଇ ଯାଏ ତୁମ ଆଡେ଼

ତୁମ ସେ ହସର ରୂପେଲି କିରଣ

ସିତଲତା ମନେ ଭ ର,

ହାତ ଛାଡି ମୋର କେବେ ଚାଲିଯିବ

ହୃଦୟରେ ଆସେ ଡର

ପ୍ରେମ ଫରୁଆ ରେ ସାଇତି ରଖିଛି

ନାଲି ରଙ୍ଗର ସିନ୍ଦୂର,

ହାତେ ଶଙ୍ଖା ଦେଇ ସଜେଇ ଦେବି ମୁଁ

ସାଜିକି ତୋହରି ବର

ମୋ ଘର ଅଗଣା ଆନନ୍ଦେ ଅଧିର

ଦେଖି ତୁମ ବଧୂ ବେଶ,

ସେଇଦିନ ଘର ସ୍ବର୍ଗ ପାଲଟି ବ

ଯେ ଦିନ ପାଇ ବ ସ୍ପର୍ଶ

ସବୁଠୁ ନିଆରା ତୁମେ ମୋ ପାଇଁ

ରହିଛି ସେ ପାଇଁ ଏକା,

ଯାଯାବର ହୋଇ ଖୋଜି ବୁଲୁ ଅଛି

ରାସ୍ତା ଅଛି ଅଂକା ବଂକା

ଯା ଅ ନାହିଁ ଦୂରେ ଫେରି ଆସ ଥରେ

ସବୁ ଲାଗେ ଫିକା ଫିକା,

ତୁମ କଥା ମୋର ଅଭୁଲା ରହିଛି

ଲାଗୁ ଅଛି ଏକା ଏକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance