STORYMIRROR

Satyabati Swain

Tragedy

3  

Satyabati Swain

Tragedy

କୁମାର ପୁନେଇଁ ଜହ୍ନ ଓ ବୋଉ

କୁମାର ପୁନେଇଁ ଜହ୍ନ ଓ ବୋଉ

1 min
217

କୁଆଁର ପୁନେଇଁ ଜହ୍ନ ଓ ବୋଉ


ବୋଉ!

ତୁ ଦିଶି ଯାଉ

କୁଆଁର ପୁନେଇଁ ଜହ୍ନରେ

ମୋ ଝିଅକୁ

ସାତ ଥର 

ଖଇ, କଦଳୀ,ନଡିଆ

ଜହ୍ନି,କାକୁଡି,ଖଣ୍ଡୁକୁଳା କୋଳି

ଏମିତି ସୁନା ଆଞ୍ଜୁଳି ଟେକେ

ଶିଖାଇଲା ବେଳେ

ତୁ ଯେମିତି ମୋତେ କହୁଥିଲୁ

"ପାହାନ୍ତି ପହରୁ ଉଠି ପଡ଼ ଧନ"

ସୂର୍ଯ୍ୟ ଉଇଁବା ପୂର୍ବରୁ

ଆଞ୍ଜୁଳି ଟେକା ସାରି ଦେ ମା"

ଅଣ୍ଟିଏ ଅସ୍ତ ବ୍ୟସ୍ତତାରେ।


ତୋତେ ଖୋଜେ 

ଫୁଲ ବଉଳ ବେଣୀ ଗୀତରେ

ଏତେ ପ୍ରାଞ୍ଜଳ ଭାବେ 

କେମିତି ବୋଲୁ ଦେଉ ତୁ !

ତୋଫା ଜହ୍ନ ଆଲୁଅରେ 

ଫୁଲ ବଉଳ ବେଣୀ ଗୀତ

ଦାଣ୍ଡ ଉଚ୍ଛୁଳୁଥିଲା

ପୁଅ ପିଲା ପାଳ ଭୂତର ଡର ଓ ନାଚ

କି ଚମତ୍କାର ନିଆରା ଅନୁଭବ!

ରାତି ଯାଏ ପାହି ଖେଳି ଖେଳି

କାଲି ଯାହା ସତ ଥିଲା

ଆଜି ସ୍ୱପ୍ନ ।


ସନ୍ଧ୍ୟାରେ

ଖଇ ଦହି ନଡିଆ, ଛେନା ପକା

ଚାନ୍ଦ ଚକଟାର ମହ ମହ ବାସ୍ନା

ବୃନ୍ଦାବତୀ ମୂଳେ 

ପୂଜା କରିବାକୁ ନନା 

ଆସିବା ଉଛୁର ଜାଣି

ତୋ ବ୍ୟଗ୍ରତା 

ଭୋଗ ସରୁ ସରୁ ଜହ୍ନି କାକୁଡିରେ

ଦାନ୍ତ ଘଷା ପାଇଁ ପୋଖରୀ କୁ ଦୌଡା

ମୁଁ ଏବେ ବି ଅଣ୍ଡାଳେ

ମୋ ଭିତରେ ତୋତେ

ଲୋ ବୋଉ 

ମୋ ମାମା ପଣିଆଁର ପଣତରେ।


କୁଆଡେ ହଜିଲା ବୋଉ

ସେଦିନ ନିରୁତା

ମନ ଭର୍ତ୍ତୀ ଖୁସି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy