STORYMIRROR

Dr Susmita Dash

Tragedy Abstract

2  

Dr Susmita Dash

Tragedy Abstract

କ୍ଷତାକ୍ତ ହୃଦୟ

କ୍ଷତାକ୍ତ ହୃଦୟ

7 mins
13.4K


ଭାଙ୍ଗି ଗଲିଣି ସଂପୂର୍ଣ୍ଣ ରୂପେ,

ଜାଣେନା କହିବି କିପରି ଭାବେ...

ଜାଣେନି କିପରି ଖୋଲିବି ମୋ ମନ,

ନିର୍ଣ୍ଣିତ ନହୋଇ ସଂସାର ଆଗେ।

କାନ୍ଦିବି କିଭଳି କୁହ ?

ଅମ୍ଲ ହୋଇଛି ମୋ ଲୁହ...

ଚାହେଁ ବୁଝିଯାଅନ୍ତ ମୋ ନୀରବତାକୁ,

ଚାହେଁ ଦେଖିପାରନ୍ତ ଅଦୃଶ୍ୟ ବ୍ୟଥାକୁ,

କ୍ଷତାକ୍ତ ହୃଦୟରୁ ନିର୍ଗତ ଶବ୍ଦ...

ରକ୍ତର ରୂପ ନେଇ କରିଛି କ୍ଷୁବ୍ଧ। 

ତଥାପି ଅପେକ୍ଷାରେ ରହିଛି ତୁମରି,

ଯୋଡ଼ି ଦେବ କାଳେ କଟାଦାଗ ମୋରି,

ନିର୍ବୋଧ ମୁଁ ଅକାରଣେ କରୁଛି ଶୋଚନା,

ଜାଣିସୁଦ୍ଧା ତୁମେ ଆନନ୍ଦିତ ମୋ ବିନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy