STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

କଷାହୁଏ ଅଙ୍କ ନିତି

କଷାହୁଏ ଅଙ୍କ ନିତି

1 min
74

କଷାହୁଏ ଅଙ୍କ ନିତି

""""""""""""""""""''''''''

କରୋଣା ଆତଙ୍କ ମହାମାରୀ ଶଙ୍କା

 କଷାହୁଏ ଅଙ୍କ ନିତି

ସଙ୍କ୍ରମିତ କେତେ ଆଶଙ୍କାରେ କେତେ

କେତେ ପୁଣି ମରୁଛନ୍ତି  


ବାଟଘାଟ ଏବେ ସବୁଠି ଆକଟ

ଯାନିଯାତ୍ରା ସବୁ ମନା

ବିବାହ ବ୍ରତରେ ସଭା ସମିତିରେ

ଲଗାହୁଏ କଟକଣା 


କରୋଣା ର ଫଣା ବାଟ କରେ ବଣା

ଛାତିରେ ଛନକା ପସେ

ବଢାଏ ଆତଙ୍କ ଥଣ୍ଡା ଶର୍ଦ୍ଦି ଛିଙ୍କ 

କେହି ଯଦି ଜଣେ କାଷେ


ଆତଙ୍କିତ ନୁହଁ ସଚେତନ ହୁଅ

ସବୁରୀ ହିତେ ଏ ବାଣି

ସଠିକ ସୂଚନା ସତର୍କ ରହିଲେ

ରୋଗକୁ ପାରିବା ଜିଣି 


ସ୍ବଚ୍ଛ ପରିବେଶ ସ୍ବଛ ପିନ୍ଧା ବାସ

ସ୍ବଛ ଦେହ ଆଉ ମନ

ରୋଗ ଜିଣିବାର ସହଜ ଉପାୟ

ପରିଷ୍କାର ପରିଛ୍ଛନ


ଭିଡ ଗହଳୀ ଠୁ ଦୂରେଇ ରହିବା

ଏକଲା ରହିଲେ ଭଲ

ହାତକୁ ଆମର ସଫା ରଖୁଥିଲେ

ହେବା ନାହିଁ କଲବଲ ...


ଗୁଜବକୁ ଜମା ଦିଅନାହିଁ କାନ

 ଭୟଭୀତ ହୁଅନାହିଁ

ଜ୍ବର କାସ ଶର୍ଦ୍ଦି ଚିକିତ୍ସାରେ ତାର

 ହେଳା କର ନାହିଁ କେହି .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational