STORYMIRROR

Lalatendu Kabi

Inspirational

3  

Lalatendu Kabi

Inspirational

କରୁଥିବି ହରି ହରି

କରୁଥିବି ହରି ହରି

1 min
14K


ଭାଷଣ ପ୍ରବଳ, ସବୁଠି ଗହଳ, ଗଣତନ୍ତ୍ର ଟଳମଳ;

ଛୁଆ ମାଳମାଳ, ଦିଶେନା ସକାଳ, ରାତିସାରା କଲବଲ ॥୧

ଅଗଣା ପଡିଆ ଆହା କି ବଢିଆ, ଅଳିଆ ଅସନା ଭରା,

ଗଙ୍ଗାଜଳ ସ୍ରୋତ ସଙ୍ଗେ ଓତପ୍ରୋତ ଜଗତର ଅସକରା ॥୨

ପୋଖରୀ ହୁଡାରେ, ସଡକର ଧାରେ, ଯେଉଁଠାରେ ଯା'ର ମନ,

ତେଜି ମଳମମୂତ୍ର ବୋଲାନ୍ତି ସର୍ବତ୍ର ନୀତି-ଧର୍ମପରାୟଣ ॥୩

ସର୍ବେ ଏଠି ଆନେ ପୋତୁଛନ୍ତି ଜ୍ଞାନେ, ନିଏନା କାହାଠୁ କେହି,

ନ ଖୋଲି ଗ୍ରନ୍ଥର ଗୋଟିଏ ପତର ଶାସ୍ତ୍ରବେତ୍ତା ନରଦେହୀ ॥୪

କଥାରେ କଥାରେ, ତୁଚ୍ଛା ଅଯଥାରେ ଧରାଧରି ମରାମରି,

ଅଶ୍ରାବ୍ୟ ଭାଷଣ ରସନାଭୂଷଣ, ଗଳିକନ୍ଦି ଟାଉଟରି ॥୫॥

ବିତୁ ଏହିପରି କହି ହରି ହରି, ଲାଜ ସରମରେ ବୁଡି,

ଯାବତ କୋତରା ମାଖି ଦିନ ସାରା ଦେଉଥିବି ଝାଡିଝୁଡି ॥୬॥


*ଲଲାଟେନ୍ଦୁ କବି ୨୦୧୮୦୫୧୬

ଶ୍ରୀ ହରିଶରଣମ୍*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational