କରୁଥିବି ହରି ହରି
କରୁଥିବି ହରି ହରି
ଭାଷଣ ପ୍ରବଳ, ସବୁଠି ଗହଳ, ଗଣତନ୍ତ୍ର ଟଳମଳ;
ଛୁଆ ମାଳମାଳ, ଦିଶେନା ସକାଳ, ରାତିସାରା କଲବଲ ॥୧
ଅଗଣା ପଡିଆ ଆହା କି ବଢିଆ, ଅଳିଆ ଅସନା ଭରା,
ଗଙ୍ଗାଜଳ ସ୍ରୋତ ସଙ୍ଗେ ଓତପ୍ରୋତ ଜଗତର ଅସକରା ॥୨
ପୋଖରୀ ହୁଡାରେ, ସଡକର ଧାରେ, ଯେଉଁଠାରେ ଯା'ର ମନ,
ତେଜି ମଳମମୂତ୍ର ବୋଲାନ୍ତି ସର୍ବତ୍ର ନୀତି-ଧର୍ମପରାୟଣ ॥୩
ସର୍ବେ ଏଠି ଆନେ ପୋତୁଛନ୍ତି ଜ୍ଞାନେ, ନିଏନା କାହାଠୁ କେହି,
ନ ଖୋଲି ଗ୍ରନ୍ଥର ଗୋଟିଏ ପତର ଶାସ୍ତ୍ରବେତ୍ତା ନରଦେହୀ ॥୪
କଥାରେ କଥାରେ, ତୁଚ୍ଛା ଅଯଥାରେ ଧରାଧରି ମରାମରି,
ଅଶ୍ରାବ୍ୟ ଭାଷଣ ରସନାଭୂଷଣ, ଗଳିକନ୍ଦି ଟାଉଟରି ॥୫॥
ବିତୁ ଏହିପରି କହି ହରି ହରି, ଲାଜ ସରମରେ ବୁଡି,
ଯାବତ କୋତରା ମାଖି ଦିନ ସାରା ଦେଉଥିବି ଝାଡିଝୁଡି ॥୬॥
*ଲଲାଟେନ୍ଦୁ କବି ୨୦୧୮୦୫୧୬
ଶ୍ରୀ ହରିଶରଣମ୍*