STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୃଷକ ଦିବସ

କୃଷକ ଦିବସ

1 min
400


ଆଜି କୃଷକଦିବସ ଡିସେମ୍ବର ତେଇଶି l

କୃଷକ ପାଇଁ ଚିନ୍ତାର ଦିନଟି ଆସିଛି ll

ଖାଇଖାଇ ସବୁଯାକ ପ୍ରକୃତି ପ୍ରହାର l

କୃଷକ ଯୋଗାଇଦିଏ ଜଗତ ଆହାର ll

ଗ୍ରୀଷ୍ମ, ବର୍ଷା,ଶୀତ ଖାଇ କୁହୁଡ଼ି କାକର l

ଲାଗିଥାଏ ଚାଷକରି ଜୀବନ ତାହାର ll

ବନ୍ୟା,ବାତ୍ୟା,ଶୁଖା ତା'ର ଚିରସହଚର l

ଦାଉ ସାଧି ଭାଙ୍ଗିଦିଏ ଚାଷୀର କମର ll

ତାହାକୁ ଖାତର ନାହିଁ, ଚଷା ଭାଇଟିର l

ଅଣ୍ଟା ଭିଡ଼ି ଛିଡ଼ାହୁଏ କର୍ମେ କର୍ମବୀର ll

ଦେବରାଜ କୃପାକଲେ ଆନନ୍ଦ ଚଷାର l

କୋପରୁ ଉପାସ ଶୁଏ ସଂସାର ତାହାର ll 

ଦଶ ଗୁଣା ସୁଧ କଷି ନେଲା ସାହୁକାର l

କୃଷକ ମଲା ବଞ୍ଚିଲା କି ମିଳିବ ତା'ର ll

ଅସହ୍ୟ ହୋଇଲା ଯହୁଁ ଚାଷୀ ଋଣଭାର l

ଆତ୍ମହତ୍ୟା ପନ୍ଥା ଛଡ଼ା ନାହିଁତ ନିସ୍ତାର ll

କୃଷି ପ୍ରଧାନ ଭାରତ ଦେଶଟା ଆମର l

ସତୁରି ଶତାଂଶ ଆୟ କୃଷିରେ ନିର୍ଭର ll

ଅବସ୍ଥାଟି ଦେଖ ଦେଖ ବିଚରା ଚାଷୀର l

ଶୋଷକ,ଚୋଷକ ତା ବଣିକ,ସାହୁକାର ll

ବ୍ୟବସାୟ ଅଧା କୃଷି ଶାସ୍ତ୍ରରେ ବିଚାର l

ସର୍ବେ ଦେଖ କୃଷକର କରୁଣ ଚିତ୍କାର ll

କୃଷକ ମାରଣ ଚିନ୍ତା ଛାଡ଼ରେ ଏଥର l

କୃଷକ ଦିବସେ ଚିନ୍ତ ଚାଷୀ ଉପକାର ll

ଚାଷ ବୁଡ଼ିଗଲେ, ବାସ ବୁଡ଼ିବ ଆମର l

କୃଷକ ମରିଲେ ବୁଡ଼ିଯିବ ଏ ସଂସାର ll

ଚାଷୀଭାଇ ଯୋଗାଉଛି ସଭିଙ୍କୁ ଆହାର l

ଅହିତ ଚିନ୍ତନ କିଆଁ ଦାନା ଖାଇ ତା'ର ll

କୃଷକ କଲ୍ୟାଣ ଚିନ୍ତ ସର୍ବେ ଆଖି ଛୁଇଁ l

ଆତ୍ମହତ୍ୟା ନକରନ୍ତୁ ଆମ ଚାଷୀଭାଇ ll

       


Rate this content
Log in

Similar oriya poem from Inspirational