କରୋନା
କରୋନା
କରୋନା, ତୁମକୁ ନାଁ,
ତୁମର ଉତ୍ପତି ଚୀନର ଉହାନରୁ
ନାଁ, ଅନ୍ତରୀକ୍ଷରୁ,
ତୁମେ ଅଦୃଶ୍ୟ ରେ ରହି
ଦୁଃଖର ବୋଇତ କୁ ଭସାଇ ଚାଲିଛ
ସାରା ବିଶ୍ବରେ ||
ଏଠି ଅତୀତ ପାଲଟୁଛି ବର୍ତ୍ତମାନ
ପ୍ରେମର ଫଲ୍ଗୁ ଲୁଚିଲାଣି
ମାନସ ପଟରୁ
ପ୍ରାଣ ଶକ୍ତି ମଉଳି ଗଲାଣି
ଅସହାୟ ବେଦନା ରେ ଯନ୍ତ୍ରଣାକ୍ତ ଜୀବନ,
ସମୟର ଆବର୍ତ୍ତମାନରେ,
ଆୟୁଷ୍ମାନ ଶୁଖିଲାପତ୍ର ସାଜି
ଝଡିପଡନ୍ତି, କରୋନାର ଉପଦ୍ରୁତରେ ||