STORYMIRROR

Charubala Nanda

Children

3  

Charubala Nanda

Children

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
208

ମାର୍ଗଶୀର ମାସ ଶୀତୁଆ ସକାଳେ

ପ୍ରଥମା ଅଷ୍ଟମୀ ଆସିଛି

ଏଣ୍ଡୁରୀ ପିଠାର ମହମହ ବାସ୍ନା

ଘର ମହକାଇ ଦେଉଛି।।


ମାମୁଁ ଆସିଛନ୍ତି ପଢୁଆଁ କରିକି

ଭଣଜା ଭାଣିଜୀ ଖୁସି

ଜେନାପୁର ଦିଆ ଏଣ୍ଡୁରୀ ପାଇଁକି

ମାମାଲି ବସିଛି ଋଷି।।


ଜ୍ୟେଷ୍ଠମାନଙ୍କର ସମ୍ମାନ ପାଇଁକି

ଆମର ଏଇ ପରବ

ଓଡିଶାବାସୀଏ ଖୁସିରେ ପାଳନ୍ତି

ମନରେ ଆସେ ଗରବ।।


ପ୍ରଥମାଷ୍ଟମୀରେ ଠାକୁର ପଢୁଆଁ

ଏଣ୍ଡୁରୀ ହୁଅଇ ଭୋଗ

ବାରମାସ ତେର ପରବ ମଧ୍ୟରେ

ପ୍ରଥମାଷ୍ଟମୀ ଆଗ।।



Rate this content
Log in

Similar oriya poem from Children