କରୋନା
କରୋନା
ଢୁ ଢୁ ନିଦାଘରେ
ହୁତୁ ହୁତୁ ଗରମରେ
ଗଲାଣି ତ ଜଳି ମନ
ସେଥିରେ କରୋନା
ଆହୁରି ଯାତନା
ଅସହ୍ଯ ବେଦନା l
ଟିଭି ଅନ୍ କଲେ
ସବୁଠି କରୋନା
ମିଛେ କରୁ ବାହାନା
ଦେଉ ଏତେ ଯାତନା
ଜୀବନଟା ଛଟପଟ
କେବେ ଯିବୁ କହନା l l
ଖରା ଛୁଟି ଗଲା ସରି
ଘରେ ବାନ୍ଧି ନିଜ ଡୋରି
ଦିନ ସାରା ରାନ୍ଧି ରାନ୍ଧି
ମଣିଷ ଟା ମଲାଣି
ଝିଅ କହେ ମାମୁଁ ଘର
ଯିବା କେବେ କହନା l I
କାହିଁ ଆସିଲୁ କରୋନା
ଛାଡି ଦେଶ ଚାଇନା
ମିଛ ତୋର ବାହାନା
କେବେ ଯିବୁ କହନା
ଶାନ୍ତ ହୁଅ କରୋନା
ଏତେ ଆଉ ମାରେ ନା I l