STORYMIRROR

Pankajini Upadhaya

Inspirational Others

3  

Pankajini Upadhaya

Inspirational Others

କର୍ମର ପରିଭାଷା

କର୍ମର ପରିଭାଷା

1 min
13.4K


କର୍ତ୍ତା କରେ ଯାହା କର୍ମଟି ସେଇଆ

ଶାରୀରିକ କର୍ମ ସିଏ

କର୍ତ୍ତା ଯାହା ଚିନ୍ତେ ମନର ମଧ୍ୟରେ

ମାନସିକ କର୍ମ ହୁଏ।

ବିଭୁଙ୍କ ଚେତନା ବିଭୁଙ୍କ ଭାବନା

ବିଭୁଙ୍କୁ ମନନ କଲେ

ଆଧ୍ୟାତ୍ମିକ କର୍ମ ହୁଏ ସମ୍ପାଦିତ

ଆଧ୍ୟାତ୍ମିକ କର୍ମ ବୋଲେ।

କର୍ମ କରିଯିବା ଫଳ ଆଶା ବିନା

କର୍ମରେ ରହିବା ମଗ୍ନ

ସତ୍ କର୍ମ କରି ସତ ପଥ ଧରି

ଅଧ୍ଯାତ୍ମେ ହେବା ନିମଗ୍ନ।

ବଡ ପାଟି କରି ବଡ କର୍ମୀ ବୋଲି

ଦେଖାଇବା ନୁହେଁ କର୍ମ

ଅସୁରକ୍ଷିତ ସେ ଜୀବନ ପଥରେ

ବୁଝି ନାହିଁ କର୍ମ ମର୍ମ ।

ମାତା ଯତ୍ନ ନିଏ ଜଳାଞ୍ଜଳି ଦିଏ

ପିଲା ସମ୍ଭାଳିବା ବେଳେ

କର୍ମେ ମଜ୍ଜି ରହେ ସଦା ଦୌଡୁଥାଏ

ଆତ୍ମତ୍ୟାଗ ନିଷ୍ଠା ବଳେ।

କର୍ମରେ କାର୍ପଣ୍ୟ ଅଳସୁଆ ପଣ

କର୍ମରେ ନ ଥାଏ ମନ

ସ୍ଥିତି ଭୁଲିଗଲେ ବିସ୍ତୃତି ବା କାହିଁ

ନଷ୍ଟ ସିନା ସେ ଜୀବନ।

ଚିତ୍ତ ଶୁଦ୍ଧି ପାଇଁ କର୍ମ ଉପଯୋଗୀ

ଆବଶ୍ୟକ ଜୀବନରେ

ଦେଖାଇ ହେବାର ଯୋଜନା ରହିଲେ

ଜୋକର ହୁଏ ସଂସାରେ।

କର୍ମ କରୁଥିବା ନାମ ଜପୁଥିବା

ଶରୀର ମନ ଧ୍ୟାନର

ଜୀବନ ନଉକା ଧାଇଁ ଚାଲିଥିବ

ସଂସାର ନଈ ଜଳର।

ସନ୍ଧ୍ୟା ଆସିଗଲା ଅନ୍ଧାର ଘୋଟିଲା

ବର୍ଷା ଜଳ ଦେଲା ବିଞ୍ଚି

ମନ୍ଦିର ମଧ୍ୟରୁ ସନ୍ଧ୍ୟା କାର୍ଯ୍ୟକ୍ରମ

ଚାଲିଛି ଏବେ ଚାଲିଛି ।

ଆମ କର୍ମୀ ଜନ ହୋଇ ଏକ ମନ

ଗାଇବା କର୍ମର ଜୟ

ଜୀବନ ପାଦପେ ଅନ୍ଧାର ନ ଘୋଟୁ

କର୍ମରେ ନ ରହୁ ଭୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational