STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

କରିଦିଅ ମୋତେ ବାସ ତୁଳସୀ

କରିଦିଅ ମୋତେ ବାସ ତୁଳସୀ

1 min
289

  

  ( ରାଗ -- ଆଷାଢ଼ ଶୁକ୍ଳ ବାଣୀ )


ହେ ପ୍ରଭୁ ଚିନ୍ମୟ ଚିର ବିଶ୍ଵାସୀ

ଅଜ୍ଞାନ ଅନ୍ଧାର ଦିଅ ମୋ ନାଶି,

କରିଦିଅ ମୋତେ ବାସ ତୁଳସୀ

ବାସୁଥିବି ନିତି ମୁଁ ଯେ ଦିବାନିଶି,

ପାଉଥିବି ଖୁସି

ତୁମ ପାଦ ତଳେ ରହିବି ବସି।୧।


ଘର ଅଗଣାର ଚୌରାରେ ଥିବି

ସକାଳରୁ ସଂଜ ଧ୍ୟାୟୀ ରହିବି,

ତୁମ ଶାଳଗ୍ରାମ ସାଥିରେ ରହି

ସବୁରି ମନକୁ ନେବି ମୁଁ ମୋହି,

ଭାବ ଭକ୍ତି ବଳେ 

ପବିତ୍ର ହୃଦୟେ ଥିବି ମଙ୍ଗଳେ।୨।


ତୁମେ କୃପାସିନ୍ଧୁ ବଡ଼ ଠାକୁର

ତୁମ ଇସାରାରେ ଚାଲେ ସଂସାର,

ତୁମେ ଦୟାମୟ କରୁଣାକର

ପତିତ ଜନକୁ କର ଉଦ୍ଧାର,

ତୁମେ ଜନାର୍ଦ୍ଦନ

ବିଶ୍ଵ ବ୍ରହ୍ମାଣ୍ଡରେ ଜୀବ ଜୀବନ।୩।


ବିଷୟା ବିଷରେ ହେଉଛି ଘାରି

ଲୋଭେ ମୋହେ ପଡ଼ି ଯାଉଛି ହାରି,

ଜୀବନ ଯନ୍ତ୍ରଣା ପାରୁନି ସହି

ଏ ମିଛ ମାୟାରୁ ପାଉନି ତ୍ରାହି,

ତୁମେ ଜଗନ୍ନାଥ

ଘୋର ଏ ଦୁର୍ଦ୍ଦିନେ ଦେଖାଅ ପଥ।୪।


କରୁଛି ପ୍ରାର୍ଥନା ଶୁଣ ମୋ ଅଳି

ମୋର ଏ ଗୁହାରି ଦେବନି ଟାଳି,

କରିଦିଅ ମୋତେ ବାସ ତୁଳସୀ

ଆଶିଷ ତୁମର ପଡୁ ବରଷି,

ଚରଣେ ଶରଣ

ଦେଇ ମହାପ୍ରଭୁ ରଖ ମୋ ମାନ।୫।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract