STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କ୍ରାନ୍ତିବୀର ଭକ୍ତ ଚନ୍ଦନ ହଜୁରୀ

କ୍ରାନ୍ତିବୀର ଭକ୍ତ ଚନ୍ଦନ ହଜୁରୀ

1 min
331


ଚାକୁ ଭଳି କଥା ଚନ୍ଦନ ହଜୁରୀ

    ମାଆ ଯାହା ଥାନ୍ତି ରଖି l

ଖାଇବା ପୁଅଟି ଚାଖି ଦେଉଥିଲା

    ନାମ ହୋଇଗଲା ଚାଖି ll

ଶ୍ରୀ ଜଗନାଥଙ୍କ ପରମ ଭକତ

     ଇତିହାସେ କ୍ରାନ୍ତିବୀର l

ଝାନ୍ସୀରାଣୀ ଲକ୍ଷ୍ମୀ ବାଇଙ୍କ ଭାଇ

  ସେ ଶତ୍ରୁ ହେଲେ ଥରହର ll

ଘୋଟକ ବାହନେ ଅସୀ ଚଳାଇଲେ

      ରଣଚଣ୍ଡୀ ଲକ୍ଷ୍ମୀବାଈ l

ଭାଈ ଚାଖି ଯାଇ ବଇରୀ ହାଣିଲେ

     ଭଉଣୀର ପାଶେ ଥାଇ ll

ଶତ ଚେଷ୍ଟା ଶତ ବୀର ପରାକାଷ୍ଠା

      କେହି ନ ପାରିଲେ ରଖି l

ଯୁଦ୍ଧ ଭୂମି ପରେ ରାଣୀଙ୍କ ପତନ

     ଗୁପ୍ତ ହେଲେ କାହିଁ ଚାଖି ll

ଚାଖିଆଟା ଆଉ ସତେ କି ଫେରିବ

        ବାଟ ତାର ଚାହିଁ ଚାହିଁ l

ବୈଧବ୍ୟ ବରିଲେ ବୋହୁ ସାଆନ୍ତାଣୀ

      ଚାଖିଆ ଆସିଲା ଧାଇଁ ll

ଚାଖିଆ ଅଇଲା ଭାଳେଣି ପଡ଼ିଲା

   ନଇରେ ବାଳିଆ ଚହଟିଲା l

ଚନ୍ଦନ ସୁନ୍ଦର ନାଆଲୋ ରାଣ୍ଡି ତୁ

   ଚାଖିଆଟା କାହୁଁ ଲେଉଟିଲା ll

ଅସୀ ଧରି ଅଶ୍ୱ କଷି ଧରି ଥିଲି

     ସାଜି ଥିଲି ଦେଶ ଭକ୍ତ l

ଶ୍ରୀଜଗନ୍ନାଥଙ୍କ ଚରଣାରବିନ୍ଦେ

    ହେବି ଏବେ ସମର୍ପିତ ll

ବନ୍ଦନ କରିଲ ଭକ୍ତ ଶିରୋମଣି

    ମହାପ୍ରଭୁ ଦେବ ରାଜେ l

ନନ୍ଦ ନନ୍ଦନ ଶ୍ରୀ ଚରଣାରବିନ୍ଦେ

     ଚନ୍ଦନ ହଜୁରୀ ଭଜେ ll

ଚକା ନୟନକୁ ଡାକଇ ଚାଖିଆ

      ଖର ନିଶ୍ୱାସ ପକାଇ l

ଢକ୍କା ବାଜୁଅଛି ତୁମ୍ଭ ନାମେ ପରା

     ଡକା ନ ଶୁଣ କିମ୍ପାଇଁ ll

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational