STORYMIRROR

Prafulla Kumar Tripathy

Romance

4  

Prafulla Kumar Tripathy

Romance

କପେ ଚାହା

କପେ ଚାହା

1 min
274

ଖୁବ ଭଲ ଲାଗୁଥିଲା

ତୁମ ସହ ତୁମ ଘରେ

ଚାହା ପିଆର ସେଇ ମୁହୂର୍ତ୍ତ ସବୁ 

ମୁଁ ଚାହା ପିଉନଥିଲେ ମଧ୍ୟ

କାହିଁକି କେଜାଣି

ଭଲ ଲାଗୁଥିଲା

ସେ ରୋମାଚଂକର

ଚାହା ପିଆର ଅନୁଭୂତି 

ଚାହା କପକୁ ମୁଠେଇ ଧରିବାର ଶୌଳି

ମନରେ ଉଷ୍ମତା ଛୁଇଁ ଯାଉଥିଲା

ମୋର ସାରା ଦେହ 

ଭରସି ଥରେ ପଚାରିଥିଲି ଆପଣଙ୍କୁ

ଚାହା କପକୁ ଏମିତି ଧରିବାର ମାନେ କଣ ?

ଉତ୍ତରରେ ଆପଣ କହିଥିଲେ

ସମ୍ପର୍କର ଅନୁଭୂତି ହିଁ ଚାହା କପ

ଏମିତି କପର ହେଣ୍ତେଲକୁ 

ମୁଠେଇ ଧରିଲେ ଜାଣିହୁଏ

ଚାହାର ଉଷ୍ମତାର ମାଧୁର୍ଯ୍ୟ

ସମୟ ଅନେକ ବଦଳି ଗଲାଣି

ଏବେ ଏବେ ମୁଁ ଚାହା ପିଇବା

ଆରମ୍ଭ କରିଛି ସାଙ୍ଗ ମାନଙ୍କ ସହ

ସକାଳ ସନ୍ଧ୍ୟାର ଚାହା ପିଇବା ଖଟି

ଗିଳି ନଯାଉ ଚାହା ପିଆର ସେ ମଜା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance