' କୋଣାର୍କ '
' କୋଣାର୍କ '
ପାଦତଳେ ସୁନେଲି ବାଲୁକାର ଅନୁଭବ
ଉପରେ ଖଣ୍ଡ ଖଣ୍ଡ ମେଘ ମାଳକୁ
ସାଉଁଟି ଥିବା ନୀଳ ଆକାଶ,
ଆଉ ,
ଦୃଷ୍ଟିର ସୀମା ଡେଇଁ
ଦିଗ୍ ବଳୟକୁ
ଛୁଉଁଥିବା ସମୁଦ୍ର ।
ଅନତିଦୂରେ, ସ୍ଥିର, ନିଶ୍ଚଳ,ଯୁଗାନ୍ତକାରୀ
ଶିଳାଖଣ୍ଡ ସଦା ଲାସ୍ୟମୟୀ,
ହାସ୍ୟମୟୀ ମୂର୍ତ୍ତିର ସମାବେଶ
ଏ କୋଣାର୍କ!
ଅଗ୍ନିମୟ ନିଦାଘ, ବର୍ଷାର ତାଣ୍ଡବ
ହେମାଳ ଲହରୀ, ଶୀତର ସାକ୍ଷୀ ଏଇ ସାଗର ।
ଉନ୍ମାଦ ଭରା କାଳ ପ୍ରସ୍ତର
ଅପେକ୍ଷାରତ ।
ସୂର୍ଯ୍ୟର ପହିଲି କିରଣକୁ
ହୃଦୟରେ ଭରିଦେବାକୁ
ଏ କୋଣାର୍କ ।