କୋମଳ ବୃଦ୍ଧ
କୋମଳ ବୃଦ୍ଧ
କୋମଳ ବୃଦ୍ଧ ସେ ତ ଅତି ଚତୁର
ଖେଳ ତାର ଅତି ପ୍ରିୟ ସଦା ସ୍ନେହର ଆତୁର|
ନିଜ କିଏ ପର କିଏ ଜାଣେନା ସେ ଚାଖି
ସ୍ନେହ ଟିକେ ଦେଲା ଯିଏ ଯାଏ ତା ପାଖେ ଲାଖି |
କି ସୁନ୍ଦର ଆହା ହସ ତାର ଅତି ମନୋହର
ହସି ଦେଲେ କ୍ଷଣିକରେ ସକଳ କଷ୍ଟ ହୁଏ ଦୂର|
କୁନି କୁନି ପାଦରେ ଯେବେ ଚାଲିଯାଏ ଘରେ
ଲାଗେ ସତେ ଲୀଳାମୟ ବିଦ୍ୟମାନ ଘରେ|
ଖେଳି ଖେଳି ସେ କେବେ ପଡ଼େନାହିଁ ଥକି
ମା ହେଲାଣି ଅଧା ବାୟାଣୀ ଦେଖି ଚପଳ ମତି|
କୋମଳ ବୃଦ୍ଧ ସେ ପରା ଖନି ଖନି କହେ
ତା କଥାରେ କି ମାୟା କେଜାଣି
ଶୁଣୁଥାନ୍ତି ସମସ୍ତେ ଏକ ଲୟେ|
ଅଝଟିଆ ହୁଏ ସେ ବୁଝେ ନାହିଁ କେବେ
ବୁଝିଯାଏ ସେତେବେଳେ ମନଲାଖି ଜିନିଷ ଆସେ ଯେବେ|
ଖୁସି ତାର ସେତେବେଳେ କହିଲେ ନସରେ
ରାଗ ରୁଷା ଭୁଲି ଯାଇ ଖେଳେ ସେ ଖୁସିରେ|
ସମସ୍ତେ ତାର ନିଜର କେହି ନୁହନ୍ତି ପର
କ୍ଷଣକରେ ସମସ୍ତଙ୍କୁ କରେ ଆପଣାର|
ସାଙ୍ଗ ସାଥି ମେଳେ ଖେଳେ କୁତୁହଳେ
କେତେବେଳେ ପୁଣି ଏକୁଟିଆ ଖେଳେ|
କୋମଳ ବୃଦ୍ଧ ପରା ସେ ଅତି ମନୋହର
ହସି ହସି ସମସ୍ତଙ୍କୁ କରେ ସେ ନିଜର|
