STORYMIRROR

Jamuna Swain

Inspirational

3  

Jamuna Swain

Inspirational

କରୋନା ଆସିଛି

କରୋନା ଆସିଛି

1 min
11.4K

କରୋନା ଆସିଛି କରୋନା ଆସିଛି

ସାରା ଜଗତକୁ ମହାମାରୀ ଗ୍ରାସିଛି।

ଆଦି କେଉଁଠାରୁ ଅନ୍ତ ଯେ କେଉଁଠି

ମନୁଷ୍ୟ କେଭେଁ କଳି ନ ପାରୁଛି।

ବିକଳେ ବିଶ୍ୱ ଦେଲାଣି ହାହାକାର

ଦେଶ ମୁଖିଆ ଯେ ମୁଣ୍ଡେ ହାତ ଦେଇ ବସିଛି।

ଏଠି ଶବ କୁଢ଼ କୁଢ଼ ପଡିଛି

ପୋଡ଼ିବା ପାଇଁକା ଜାଗା ର ଅଭାବ ହେଉଛି।

ପାକିସ୍ତାନ ଆଜି ଜାଗା ର ସନ୍ଧାନ କରୁଛି

କେଉଁଠି ପୋତିବ କୁଢ଼ କୁଢ଼ ଶବ ମନେମନେ ଭାଳି ହେଉଛି।

ଭାରତ ମୁଖିଆ ଦେଶବାସୀଙ୍କୁ ଭରସା ଦେଉଛି

ଲକ୍ଡାନ୍ କରି ସଭିଙ୍କୁ କବାଟ କିଳିକି ରଖିଛି।

ବିଞାନ ସାଙ୍ଗରେ ବେଦକୁ ଭରସା କରିଛି

ପରିକ୍ଷା ନିରିକ୍ଷା ଚାଲଛି।

ଦୀପକୁ ଜଳାଇ ଘଣ୍ଟାକୁ ବଜାଇ ଏକତା ଦେଖେଇ ଦେଇଛି

କରୋନା ଲାଗି ମୋ ଦେଶ ଏକ ହୋଇଛି।

ରାଜନୀତି ଛାଡି ରାଜନେତା ଗଣ ମୁଖିଆ କଥାକୁ ମାନିଛି

ଡ଼ାକ୍ତର, ପୁଲିସ, ସ୍ୱଛାସେବୀ ଆଜି ନମକ ର ମୁଲ୍ୟ ଦେଇଛି୍।

ମୋ ଦେଶ ଧନୀ ଯେ ଧନର ସଦୁପଯୋଗ କରିଛି

କରୋନା ର କଳାବାଦଲ ରେ ଜୀବନ ହଜି ଜାଉଛି

ମଣିଷ ଆଜି ଜୀବନ ପାଇଁକା ଡ଼ହକ ବିକଳ ହେଉଛି।

କରୋନା ଆସଛି ଶିକ୍ଷା ଦେବାକୁ ଯେ

ମଣିଷ ଏକଥା ଜାଣିଛି।

ଜାଣି ଶୁଣି ସବୁ ନଜାଣିଲା ପରି ରହିଛି

ମନେ ମନେ ଦୋଷ ସବୁ ଗୁଣି ହେଉଛି।

ଏଣେ କବାଟ କିଳିକି ରହିଛି

ପ୍ରକୃତି ଟିକିଏ ଶାନ୍ତି ରେ ନିଶ୍ୱାସ ମାରିଛି।

ପ୍ରଦୂଷଣ ଆଜି କମିଛି, ଦୂରୂ ହିମାଳୟ ଦିଶୁଛି

ପଶୁପକ୍ଷୀ ଏବେ ନିର୍ଭୟେ ଖୁସି ରେ ବୁଲୁଛି।

ମନେ ମନେ ସିଏ ଭାବୁଛି

ମଣିଷ କି ହଜି ଯାଇଛି।

ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ କମିଛି

ସତେ କି ଏ ବିଶ୍ୱ ସାନ୍ତି ରେ ନିଶ୍ୱାସ ମାରି।ଛି

କରୋନା ଆସଛି କଳ୍କି ରୂପ ଧରି

ନ୍ୟାୟ ର ବିଚାର ପାଇଁ।

କରୋନା ଆସିଛି ଧାଇଁ

ପ୍ରକୃତି କୁ ନ୍ୟାୟ ଦେବାପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational