STORYMIRROR

Jamuna Swain

Abstract

5.0  

Jamuna Swain

Abstract

ନାଲି ମୁକୁଟ ଚଢେଈ

ନାଲି ମୁକୁଟ ଚଢେଈ

1 min
2.9K

ନାଲିମୁକୁଟ ଚଢେଇ

ବହୁତ ଦୁଷ୍ଟ ତୁହି।

ମନ ଇଛା ଆସୁଛୁ

ବାଡ଼ି ସାରା ବୁଲୁଛୁ

ମଧୁର ଗୀତ ଗାଇ

ମନ ନେଉଛୁ ମୋହି।

ଦେହର ରଙ୍ଗ ଧୂସର

ଦେଖିବାକୁ ତୁ ସୁନ୍ଦର।

ଥଣ୍ଟ ଟି ତୋର ନାଲିଆ

ଗୋଡ଼ ଯୋଡିକ ସରୁଆ।

ଦଳ ଧରି ଆସୁଛୁ

ମେଳ କରି ଖାଉଛୁ।

ଟମାଟୋ ସବୁ ଖାଉଛୁ

ଫୁର୍ କିନା ଉଡୁଛୁ।

ଭଣ୍ଡା, ଶିମ୍ବ, ସଜନା

ତୋତେ କିଛି ରୁଚେନା।

ଗାଳି କୁ ନାହିଁ ତୋର ଖାତିରି

ପାଇଛୁ ଭଲ ଖଣ୍ଡେ କିଆରି।

ମାଆ ନିଇତି ଆସୁଛି

ଖାଲି ଝୁଡି ଧରି ଫେରୁଛି।

କହିଛି ଦବ ଫାସ ବସେଇ

ମୁଁ ତୋତେ ଦେବିନି କେବେ ଫସେଇ।

ଖାଇଲେ ଖାଆ ପଛେ ଆସୁଥାଆ ନିତି

ତୋ' ପାଇଁ ମାଆ ପାଖେ ମାଗିବି ଅନୁମତି।

ବସନ୍ତ ର ପବନେ

ନୀଳ ଆକାଶ ଗଗନେ

ଉଡ଼ି ଉଡ଼ି ତୁ ଆସିବୁ

ବାଡ଼ିରେ ମୋ ବସିବୁ

ପେଟ ଭରି ଖାଇବୁ

ମନ ଖୁସି ରେ ଉଡ଼ିବୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract