STORYMIRROR

Jamuna Swain

Abstract

3  

Jamuna Swain

Abstract

କରୋନା ଆସିଛି

କରୋନା ଆସିଛି

1 min
11.9K

କରୋନା ଆସିଛି କରୋନା ଆସିଛି

ସାରା ତଗତ କୁ ମହାମାରୀ ଗ୍ରାସିଛି।

ଆଦି କେଉଁଠାରୁ ଅନ୍ତ ଯେ କେଉଁଠି

ମନୁଷ୍ୟ କେଭେ କଳି ନ ପାରୁଛି।

ବିକଳେ ବିଶ୍ୱ ଦେଲାଣି ହାହାକାର

ଦେଶ ମୁଖିଆ ଯେ ମୁଣ୍ଡେ ହାତ ଦେଇ ବସିଛି।

ଏଠି ଶବ କୁଢ଼ କୁଢ଼ ପଡ଼ିଛି

ପୋତିବା ପାଇଁକା ଜାଗା ର ଅଭାବ ହେଉଛି।

ପାକିସ୍ତାନ ଆଜି ଜାଗା ର ସନ୍ଧାନ କରୁଛି

କେଉଁଠି ପୋତିବ କୁଢ଼ କୁଢ଼ ଶବ ମନେ ମନେ ଭାଳି ହେଉଛି।

ଭାରତ ମୁଖିଆ ଦେଶ ବାସିଙ୍କୁ ଭରସା ଦେଉଛି

ଲକ୍ଡାଉନ୍ କରି ସଭିଙ୍କୁ କବାଟ କିଳିକି ରଖିଛି

ବିଞାନ ସାଙ୍ଗରେ ବେଦକୁ ଭରସା କରିଛି

ପରୀକ୍ଷା ନିରୀକ୍ଷା ଚାଲିଛି।

କରୋନା ଲାଗି ମୋ ଦେଶ ଏକ ହୋଇଛି

ଦୀପ କୁ ଜଳାଇ, ଘଣ୍ଟାକୁ ବଜାଇ ଏକତା ଦେଖେଇ ଦେଇଛି।

ରାଜନୀତି ଛାଡି ରାଜନେତା ଗଣ ମୁଖିଆ କଥାକୁ ମାନିଛି

ଡ଼ାକ୍ତର, ପୁଲିସ, ସ୍ୱଛାସେବୀ ଆଜି ନମକ ର ମୂଲ୍ୟ ଦେଇଛି।

ମୋ ଦେଶ ଧନୀ ଯେ ଧନର ସଦୁପଯୋଗ କରିଛି

କରୋନା ର କଳା ବାଦଲ ରେ ଜୀବନ ହଜି ଯାଉଛି।

ମଣିଷ ଆଜି ଜୀବନ ପାଇଁକା ଡ଼ହକ ବିକଳ ହେଉଛି

କରୋନା ଆସିଛି ଶିକ୍ଷା ଦେବାକୁ ଯେ

ମଣିଷ ଏ କଥା ଜାଣିଛି।

ଜାଣି ଶୁଣି ସବୁ ନଜାଣିଲା ପରି ରହିଛି

ମନେ ମନେ ଦୋଷ ସବୁ।ଗୁଣି ହେଉଛି

ଏଣେ କବାଟ କିଳିକି ରହିଛି।

ପ୍ରକୃତି ଟିକିଏ ଶାନ୍ତି ରେ ନିଶ୍ୱାସ ମାରିଛି

ପ୍ରଦୂଷଣ ଆଜି କମିଛି, ଦୂରୂ ହିମାଳୟ ଦିଶୁଛି

ପଶୁପକ୍ଷୀ ଏବେ ନିର୍ଭୟେ ଖୁସି ରେ ବୁଲୁଛି।

ମନେ ମନେ ସିଏ ଭାବୁଛି

ମଣିଷ କି ହଜି ଯାଇଛି

ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ କମିଛି

ସତେକି ଏ ବିଶ୍ୱ ସାନ୍ତି ରେ ନିଶ୍ୱାସ ମାରିଛି।

କରୋନା ଆସଛି କଳ୍କି ରୂପ ଧରି

ନ୍ୟାୟ ର ବିଚାର ପାଇଁ

ପ୍ରକୃତି ର ନ୍ୟାୟ ପାଇଁ

କରୋନା ଆସଛି ଧାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract