STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

କୋଇଲି ଗାଏ ଗୀତ

କୋଇଲି ଗାଏ ଗୀତ

1 min
22.6K


 କୋଇଲି ଏବେ ସଞ୍ଜ ସକାଳେ

 ଗାଉଛି ମିଠା ଗୀତ

 ଗୀତ ଗାଇ ସେ ସହର ସାଥେ

 ବସିଛି ନୂଆ ମିତ..


  ମଳୟ ଏବେ ଆସୁଛି ବହି

  ମିଠା ମହକ ନେଇ

  ଆକାଶ ଦିଶେ ଭାରି ସୁନ୍ଦର

  ଖରାର ତେଜ ନାହିଁ

  ଲାଗୁଛି ଋତୁ ବଦଳି ଯାଏ

  ଧରି ଛାଇର ହାତ

  କୋଇଲି ଗାଏ ଗୀତ...


 ଗାଡି ମଟର ଗହଳି ନାହିଁ

  ସଡକ ସବୁ ଖାଲି

  ବାହାରୁ ନାହିଁ ଚିମିନି ଧୂଆଁ

  ଶିଳ୍ପ ଚାଲୁନି ବୋଲି

  ପବନେ ଏବେ ମିଶୁନି ଆଉ

  ଧୂଆଁ ଜହର ସେତ 

  କୋଇଲି ଗାଏ ଗୀତ...


  ଘର ଲାଗୁଛି ବୈକୁଣ୍ଠ ପରି

  ସଭିଏଁ ରହୁ ଘରେ

  ଘର ଭିତରେ ରହୁଛୁ ବୋଲି

  କରୋଣା ଏବେ ଡରେ

  ଡରି ଡରି ସେ ଯିବରେ ହାରି

  ଦୁନିଆ ହେବ ଶାନ୍ତ

  କୋଇଲି ଗାଏ ଗୀତ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational