କନ୍ୟାର ସୁରକ୍ଷା
କନ୍ୟାର ସୁରକ୍ଷା


ଈଶ୍ବରଙ୍କ ଦାନ ସେହି କୋମଳ କଳିକାଭା
ଭାଗ୍ୟବାନ ପିତାମାତାଙ୍କର ସେ ଦୁହିତା
ମାତୃ ଗର୍ଭରୁ ନ କରି ଦେଇ ତା’ର ହତ୍ୟାପୁଅ ପରି ସଦା ଦିଅ ତାକୁ ସ୍ବାଧିନତା ॥
ପାଠପଢା ଖେଳକୁଦ ଅବା ରାଜନୀତିଜ୍ଞାନ ବିଜ୍ଞାନ କ୍ଷେତ୍ରେ କରୁଛୁ ଅଗ୍ରଗତିମାଟିରୁ ମହାକାଶ ସବୁଠି ତା’ର ଖ୍ୟାତିତା’ ବିନା ଏ ସଂସାରର ହୋଇଯିବ ଇତି ॥
ବୋଝ ବୋଲି ଭାବି କର ନାହିଁ ହତାଦାର ପରିତ୍ୟାଗ କରି ଘୃଣା କରି ନିଅ କୋଳସବୁ କର୍ମେ ଆଜି କନ୍ୟା ରହିଛି ଆଗୁଆବୃଦ୍ଧ କାଳେ ପିତାମାତାଙ୍କର ସାଜି ବଳ ॥
ପୁତ୍ର ସମ କନ୍ୟାରତ୍ନର କଲେ ଆଦରସେହି ଦିନେ କରିବ ନିଶ୍ଚୟ ଉଚ୍ଚ ଶିରକେଉଁ ଗୁଣେ କୁହ ସେ ପୁଅଙ୍କ ଠାରୁ କମ୍କେହି ନ ଦେଇ ପାରିବେ ତା’ ତ୍ୟାଗର ଦାମ୍ ॥
ଆସ ମିଳି କରିବା କନ୍ୟାରତ୍ନ ସୁରକ୍ଷା ସୁଖାଦ୍ୟ ଭୋଜନ ସାଥେ ଦେବା ଉଚ୍ଚଶିକ୍ଷାତା’ ଉନ୍ନତି ଦେଖି ଦେଲେ ହସିବ ଏ ଧରାନୂତନ ସୃଷ୍ଟି କାରିଣୀ ସେ ଅଟଇ ପରା ॥