Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

4  

Aparti Charan Sethi

Tragedy

କଲମ କହେ

କଲମ କହେ

2 mins
336


କଲମ କହୁଛି ଶୁଣ ମୋବାଇଲ 

  କହୁଛି ମୋ ମନ କଥା 

ମୋ କଥାକୁ ଶୁଣି ବନ୍ଧୁ ହସିବନି

  ଯେଣୁ ମୋ ବୃଦ୍ଧ ଅବସ୍ଥା।


ତିନି ଶହ ବର୍ଷ‌ ତଳୁ ଜନ୍ମ ହୋଇ

  ଆଜି ମୁହିଁ ଜରାଜୀର୍ଣ୍ଣ 

ଜନ୍ମଦାତା ମୋର ଅଟନ୍ତି ଲୁଇସ୍

  ଏଡ୍‌ସନ୍ ଓ୍ଵାଟରମ୍ୟାନ।


ପେଟରେ ମୋ କାଳି ଥିବା‌ ଯାଏ ଭରି

  କାଗଜରେ ଲେଖିଚାଲେ 

କାଳୀ ଯେବେ ସରେ ତଣ୍ଟି ମୋର ଶୁଖେ

  ମଲା ପ୍ରାୟ ମୁହିଁ ପଡେ।


ଲେଖକ ମନର ଭାବନାକୁ ନେଇ

  ଅବଶ୍ୟ କିଛି ମୁଁ ଲେଖେ 

ମୋହର ନିଜସ୍ଵ ନ ଥାଉ ପଛକ

  କବିସର୍ବସ୍ୱ ପ୍ରତ୍ୟେକ୍ଷେ।


କେତେବେଳେ ପ୍ରେମ ବିରହରେ ମନ

  କେତେବେଳେ ଭାବେ ବୁଡେ 

କେତେବେଳେ ଦେଶ ବନ୍ଦନା ଗାଇଛି

  କେତେବେଳେ ବ୍ୟଙ୍ଗ କରେ।


କେବେ ମୋତେ ଧରି କେଉଁ ନାଟ୍ୟକାର

  ବିଭିନ୍ନ ନାଟକ ଲେଖେ 

ଉପନ୍ୟାସ ଆଉ ଗଳ୍ପ ଲେଖେ କିଏ

  ଆଦୃତ ହୁଏ ପାଠକେ।


କିନ୍ତୁ ମୁହିଁ ଆଜି ସତ୍ତା ହରେଇଛି

  ହୋଇଛି ମୋ ରୂପାନ୍ତର 

ଝର କଲମଟି ବଲ୍ ପେନ୍ ହୋଇ

  କବିର ହୁଏ ନିଜର।


ଏବେ ପୁଣି ବେଳ ବଦଳି ଗଲାଣି

  ଡିଜିଟାଲ ଯୁଗ ହେଲା 

ସିଧାସଳଖ ଯେ ମୋବାଇଲ ଧରି

  ଲେଖକ ଲେଖି ବସିଲା।


ଗଣ ମାଧ୍ୟମରେ କବିଟି ନିଜର

  ଭାବ ପ୍ରକାଶ କରୁଛି 

କଲମ ଚାଳନା କରୁଛି କବିଟି

  ସବୁଠିଁ ଶୁଣାଯାଉଛି।


ନାହିଁ ମନେ ଦୁଃଖ ପାଉଛି ମୁଁ ସୁଖ

  ନାଆଁ ମୋର ବୁଡି ନାହିଁ 

ଯେଉଁ ମାଧ୍ୟମରେ ଲେଖାହେଉ ପଛେ

  ଲେଖନୀ କଥା ଉଠ‌ଇ।


ଲେଖନୀ ଧରୁଛି ଲେଖକ ଲେଖୁଛି

  ସମାଜ ଏ କଥା ଜାଣେ 

ଏମିତି ମୋହର ମୃତ୍ୟୁ ହୁଏନାହିଁ

  ବଞ୍ଚିଛି ମୁଁ ସବୁ ଦିନେ।


ମୃତ୍ୟୁଞ୍ଜୟ ମୁହିଁ ମହାବୀର ପରି

  ସଙ୍କଟ ମୋଚନ କରେ 

ଅର୍ଜ୍ଜୁନଙ୍କ ଗାଣ୍ଡିବର ତୀକ୍ଷ୍ଣ ବାଣ

  ଶକ୍ତି ମୋ ଅଛି ଶରୀରେ।


କ୍ଷେପଣାସ୍ତ୍ର ପରି ଯାଏ ଭେଦକରି

  ସବୁଠୁଁ ମୁଁ ଶକ୍ତିଶାଳୀ 

ଲେଖନୀ ମୁନରେ ଏ ବିରାଟ ବିଶ୍ଵ

  ମୁହୂର୍ତ୍ତେ ଯାଏ ବଦଳି।


କଲମର କଥା ଶୁଣି ମୋବାଇଲ

  ସସମ୍ମାନେ ହାତ ଯୋଡ଼ି 

ଗୁରୁଜନ ଜ୍ଞାନେ ପ୍ରଣାମ ସେ କରେ

  ଲେଖନୀ ପାଦରେ ପଡ଼ି।


କଲମ କହୁଛି ଶୁଣ ମୋବାଇଲ

  କହିବି ଗୋଟିଏ କଥା 

ଖୁସି ହେବି ମୁହିଁ ତୁହି ଯଦି ଦେବୁ

  ସଂସାରକୁ ଭଲ ବାର୍ତ୍ତା।


ଯେଉଁ ଭଳି ମୋର ପ୍ରିୟ କବି କୂଳ

  ବ୍ୟାସ କିବା ବାଲମୀକ 

କାଳିଦାସ ସନ୍ଥ ଭୀମଭୋଇଙ୍କର

  ବାରତା ଥିଲା ମହତ।


ଅସତ‌ ପଥରେ ଯିବୁ ନାହିଁ ବାବୁ

  କହୁଛି ତୋତେ ବୁଝାଇ 

ଲେଖନୀର ଜୟ ଯାତ୍ରା ହୁଏ ଧନ

  ଯେବେ ସତ୍ୟ ପ୍ରକାଶ‌ଇ।


ଆଜିକା ଯୁଗରେ ଗଣମାଧ୍ୟମରେ

  କିଛି ଭୁଲ୍ ତଥ୍ୟ ଦିଶେ 

ସ୍ଵାର୍ଥ ଆଜି ପୁଣି ତଥ୍ୟକାରୀଟିକୁ

  କେବେ କିଣେ କେବେ ବିକେ।


ମୋବାଇଲ ସୃଷ୍ଟି ଆଜି ତ ହୋଇଛି

  ମଣିଷର ଭଲ ପାଇଁ 

କିନ୍ତୁ ଦେଖାଯାଏ ମୋବାଇଲ ଦ୍ଵାରା

  ବ୍ୟଭିଚାର ବଢୁଥାଇ। 


ନିଅ ହେ ସଙ୍କଳ୍ପ ଆସୁଯେତେ କଷ୍ଟ

  ସ୍ୱାଭିମାନ ରକ୍ଷା କର 

ଅମୃତ ପରଶ ଦେଇ ଦୁନିଆଁରୁ

  ପାପ ଭାର ନାଶ କର। 


ଲେଖନୀର ମୃତ୍ୟୁ ହୁଏ ନାହିଁ କେବେ

  ଲେଖାଟି ବି ମରେ ନାହିଁ 

ଲେଖକ ଅମର ଯୁଗ ଯୁଗ ପାଇଁ

  ମୂର୍ଖ ଅପର୍ତ୍ତ କହ‌ଇ।



Rate this content
Log in

Similar oriya poem from Tragedy