STORYMIRROR

Satyaprakash Sethy, M. A(UGC NET)

Inspirational

4.3  

Satyaprakash Sethy, M. A(UGC NET)

Inspirational

କଲମ ବଲମ

କଲମ ବଲମ

1 min
13.4K



କଲମର ଶକ୍ତି କେ ପାରିବ କଳି


ଅଶୀ ଠାରୁ ମହାବଳୀ


ଅଚିରେ ଲଭଇ ପରାଜୟ ପରା


ହେଉ ଯେତେ ଶକ୍ତିଶାଳୀ।।


ଯେତେ କୁହ କଥା ନାହିଁ ତା’ର ଦାମ୍


ମୂଲ୍ୟବାନ୍ କିନ୍ତୁ ଲେଖା


ତେଣୁ କୁହଯାଏ ବଙ୍ଗାଳୀ ଭାଷାରେ


ଶୋ ବକା ଏକଟା ଲେଖା।।


କେତେ ମହାରାଜା ରାଜା ଯାଇଛନ୍ତି


କଲମ ମୁନରେ ଟଳି


ଗର୍ବ ଅହମିକା ସବୁ ଯାଏ ସିଏ


ମାଟିରେ ପରା ମଉଳି।।


ଲେଖନୀ ମୁନର ବଳ ଅପ୍ରମିତ


କରୀ ସମ ବଳ ଭାରି


ପାରି ନାହିଁ କେହି ପାରିବ ନାହିଁଟି


ତା’ର ବଳ କ୍ଷୂର୍ଣ୍ଣ କରି।।


ଯେବେ ସମାଜର ବିପର୍ଯ୍ୟୟ ଅତି


କଲମ ବଲମ ଆସେ


ଘୋର ବିପତ୍ତିରୁ ଉଦ୍ଧାର କରିଣ


ଶତୃ ବିନାଶିନ ହସେ ।।


ଯିଏ ଧରିଥାଏ କଲମଟି ଜାଣ


ସେହି ଏକା ଜ୍ଞାନୀ ଜନ


ଖଣ୍ଡା ଧରିଥିବା ଲୋକ ଟାଣ ପଣ


ଏଥୁଁ ଅସଫଳ ମନ ।।


ବିସ୍ମୃତ ଲଭଇ ସମୟ ଗରଭେ


ନାହିଁ ଯା ‘ଲେଖନୀ କରେ


କଲମ ଧାରୀଟି ସର୍ବ କାଳ ଜୟୀ


ଆଜି ବି ତା ନାମ ଝୁରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational