STORYMIRROR

SIPRA NAMTA

Romance

3  

SIPRA NAMTA

Romance

କିଏ ତୁମେ ?

କିଏ ତୁମେ ?

1 min
13.1K


କେବେ ତୁମେ ମୋ ଆଖିରେ

ଅଞ୍ଜନ ଟିକେ ନେସି ଦେଇ କୁହ

ଦେଖି ପାରୁଛୁ ତ ଦେଖି ନେ

ତୋ ଡୋଳାର କଳା ପିତୁଳାରେ

ଛବିକୁ ମୋ ବାନ୍ଧିନେ

ସାଇତି ରଖ ସବୁ ଦିନ ପାଇଁ ,

ହାତଛଡା ନ ହେବା ପାଇଁ

ଆଙ୍କି ନେ’ ,

କୁହ .....କିଏ ... ତୁମେ ??

କେବେ ଭସା ବଉଦର କଳା ଓଢଣୀରେ

ଢାଙ୍କି ଦେଇ କୁହ

ଯେତେ ଅଭିମାନ ବୁହାଇ ଦେ’

ଝରଝର ହୋଇ ଝରିଯାଉ କଲିଜାରୁ

କେବେ ଆଉ ଦୋଷ ଦେବୁନି

ତୋ ଆଖିରେ ପାଣି ନାହିଁ ବୋଲି ,

ମୋତେ ଭିଜାଇବା ପାଇଁ

ଭିଜି ନେ’ ,

କୁହ ......କିଏ .....ତୁମେ .....?

କେବେ ପ୍ରଚଣ୍ଡ ରୌଦ୍ରର ଡହ ଡ଼ହ ତାତିରେ

ଜଳାଇ କୁହ......

ଝାଳ ନିଗାଡି ବାହାର କରିଦେ

ମନର ସବୁ ମଇଳା ,ବିଦ୍ୱେଷ ,ଘୃଣାକୁ

ପ୍ରେମର ବିରହରେ ଜଳିବା ଶିଖ ,

ଅନୁରାଗର ,ପ୍ରତ୍ୟୟର ମଞ୍ଜି ବୁଣି

ଚାରାଟିଏ ରୋପି ଦେ’

କୁହ ......କିଏ..... ତୁମେ .....?

ଗଛରେ ପତ୍ର ଠୁଁ ଫୁଲ ଫଳ ଚେରରେ

ମୃତ ସଂଜୀବନୀ ଦେଇ କୁହ........

ଯେ ସ୍ପନ୍ଦନେ ଖେଳେ ଅରୁଣିମା ,

ଯେ ଵାସରେ ବଶ ଏ ଜଗତ

ଯେ ସ୍ୱାଦରେ ଅମୃତ ପରଶ

ପାରୁଛୁ ଯଦି ଚିର ସୁନ୍ଦର କରି ରଖ

ସେଇ ତ ଜୀବନର ଅମୂଲ୍ୟ ସମ୍ପଦ

କହିବୁନି ମୁଁ କିଛି ଦେଇନାହିଁ ବୋଲି

ମୃତ ଘଟେ କାୟା କଳ୍ପ କରିନେ

କୁହ ....କିଏ ....ତୁମେ ......?

ସିପ୍ରା ନାମତା ,ନମ୍ରତା

ବାରିପଦା


Rate this content
Log in

Similar oriya poem from Romance