STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

କିଏ ସରଜିଲା ସୁନ୍ଦର ଧରା

କିଏ ସରଜିଲା ସୁନ୍ଦର ଧରା

1 min
99


  କିଏ ସରଜିଲା ସୁନ୍ଦର ଧରା 

  ଏମିତି ଯତନ କରି

  ଦିଗ ଚଉଦିଗେ ଭରିଦେଲା ହସ

  ଫୁଲରେ ଫୁଲରେ ମହକ ସୁବାସ

  ଫଗୁଣରେ ରଙ୍ଗ ଭରି

  ଏମିତି ଯତନ କରି ...


  ଝରିଝରି ଯାଏ ବଣ ଝରଣାଟି

  କୁଳୁକୁଳୁ ଗୀତ ଗାଇ

  ନୀଳ ସାଗରରେ ଢେଉ ଅସୁମାରୀ

  ମନ ନିଏ ପରା ମୋହି

  ସବୁଜ ସୁନ୍ଦର ବଣ ପରବତ

  ସବୁଜିମା ଭରା କ୍ଷେତ

  ମଳୟ ମଧୁରେ ଅବୁଝା ଛନ୍ଦରେ

  ପବନ ଗାଉଛି ଗୀତ

  କହରେ କିଏସେ ଆଖିରେ ଆଖିଏ

  ସପନ ଦେଇଛି ଭରି

  ଏମିତି ଯତନ କରି ...


  ଶିଶୁର ଓଠରେ ଖିଲିଖିଲି ହସ

  କୋଇଲିର ମିଠା ଗୀତ

  ବଉଦ ବଖାଣେ ବରଷାର ଗୀତ

  ନାଇ ମେଘ ରଙ୍ଗୀ ପାଟ

  ମାଟିକୁ ଚୁମଇ ଶୀତଳ ଯୋଛନା

  ଆକାଶର ବୁକୁ ଚିରି

  କହରେ କିଏସେ ଯାହାକୁ ଦୁନିଆ

  ନିଇତି ହେଉଛି ଝୁରି

  ଅଦେଖା ପୁରୁଷ ଦେଖା ଦିଅ ଥରେ

  ସବୁ ଦୁଃଖ ନିଅ ହରି

 ସବୁ ଓଠେ ହସ ଭରି...


  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics