STORYMIRROR

SUJATA DAS

Children

3  

SUJATA DAS

Children

କିଏ ସେ କଲା

କିଏ ସେ କଲା

1 min
242

କିଏ ସେ କଲା

କେମିତି କଲା

କାହିଁକି ଅବା କଲା

ନୀଳ ଆକାଶେ

ସୁରୁଜ ତାରା

ଜହ୍ନକୁ ଖଞ୍ଜି ଦେଲା.

ପ୍ରତି ପ୍ରଭାତେ

ସୁରୁଜ ଆସେ

କିରଣ ଦିଏ ବିଞ୍ଚି

ରାତିରେ ଆସି

ଜହ୍ନମାମୁଁ ତା

ଜୋଛନା ଦିଏ ଛିଞ୍ଚି.

ଜାତିଜାତିକା

ଫୁଲ ଫଳରେ

ଭରିଲା ଗଛ ଦେହ

ରସ ରସିଆ

ମିଠା ଫଳରେ

ମନରେ ଭରେ ମୋହ.

ନାନା ରକମ

ପଶୁ ପକ୍ଷୀରେ

ସୁନ୍ଦର ଦିଶେ ବନ

ମୟୂର ବଣି

ଶୁଆ ଶାରୀ ଓ

କୋଇଲି କୁହୁ ତାନ.

କାଉ ତ କଳା

କୋଇଲି କଳା

କଜଳପାତି କଳା

ରାଜହଂସୀ ଓ

ବତକ ବଗ

ଦିଶନ୍ତି କେଡେ ତୋରା.

ଜିରାଫ ଜେବ୍ରା

ହରିଣ ମୃଗ

କେଡେ ସୁନ୍ଦର ସତେ

ଆଙ୍କି ଦେଇଛି

ରଙ୍ଗ ତୁଳୀରେ

ସୁନ୍ଦର ଫୁଲ ଯେତେ.

ବାଘ ମାମୁଁ ତ

ବଣର ରାଜା

ଗମ୍ଭୀର ତାର ଠାଣୀ

ଗୟଳ ଭାଲୁ

ମାଙ୍କଡ଼ ହାତୀ

ଜଙ୍ଗଲ ମଥା ମଣି.

ପାହାଡ଼ ଦେହେ

ଝରଣା ଝରେ

ମେଣ୍ଟାଇ ସବୁ ତୃଷ୍ଣା

ମହକି ଉଠେ

ପବନ ସଦା

ନେଇ ମଧୁର ବାସ୍ନା.

ବରଷା ଦିନେ

ଆକାଶ ଦେହେ

ଇନ୍ଦ୍ରଧନୁ ଧୀରେ ଆସେ 

ସାତ ରଙ୍ଗରେ

ମନକୁ ମୋହେ

ମୁରୁକି ମୁରୁକି ହସେ.

ଛଅ ଭଉଣୀ

ହସି ହସିକା

ଆସନ୍ତି ଧୀରେ ଧୀରେ

ଗ୍ରୀଷ୍ମ ବରଷା

ଶରତ ଶୀତ

ହେମନ୍ତ ବସନ୍ତ ନାଁ ରେ.

ସୂର୍ଯ୍ୟ ପାଇଁ କି

ଫୁଟଇ ପଦ୍ମ

ଜହ୍ନ ପାଇଁ ଫୁଟେ କଇଁ

ପ୍ରକୃତି ରୂପ

କେଡେ ଅପୂର୍ବ

ମଥା ମୋ ଯାଏ ନଇଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children