STORYMIRROR

ଶିଶିର ସାହୁ ମନୋଜ

Inspirational

4  

ଶିଶିର ସାହୁ ମନୋଜ

Inspirational

କିଏ ଅପରାଧୀ

କିଏ ଅପରାଧୀ

1 min
158


ଯାହା ହେଉ ପଛେ ଧର୍ମ ଯାହାର

ହୋଇଥାଉ ଯିଏ ଯୋଉ ମଦଵାଦୀ ।

ବଞ୍ଚୁନାହିଁ ଯଦି ଦେଶ ପାଇଁ ତିଳେ

ତେବେ ସିଏ ଜଣେ ଅପରାଧୀ ।

ଯାହାର ଅନ୍ନ-ଜଳର ଋଣଭାର

ଆମ୍ଭ ଶରୀର ପରେ ରହିଛି ରହିବ !

ଯା’ ପଵନେ ଶ୍ଵାସ ନେଉ ବୋଲି

ଜୀବନ ଆମ ବଞ୍ଚିରହିଛି ରହିବ ।

ତାହାରି ମାଟିରେ ଖେଳିଅଛୁ

କେତେ କଥା ପୁଣ ଶିଖିଛେ ଶିଖିବା ।

ତା ପାଇଁ ଯଦି ନ ବୁହାଉ ଲହୁକୁ

ଜଗତେ ଉଚ୍ଚ ନା ହେଇଚେ ହୋଇବା ।

ଲାଭ ନାହିଁ ଯେତେ ଧନ ମାନ ଥାଇ

ଯଦି ଦେଶପାଇଁ ତା ନହୁଅଇ ଖର୍ଚ୍ଚ ।

ନିଜ ପେଟ ପାଇଁ ସ୍ଵାର୍ଥେ ଧନ ସଞ୍ଚି

ଯଦି ଆନକୁ ଯାତନା ଦେଇ କି ଅର୍ଜ ।

ସ୍ଵାର୍ଥ ଲଭେ ଯାର ଜୀବନେ ପ୍ରାଧାନ୍ୟ

ସେଭଳି ଜୀବନ ଜାତୀୟତା ହୀନ ।

ନୁହେଁ ଦେଶଭକ୍ତ ସେ କେବଳ ଜୀବ

ବଞ୍ଚିଅଛି ଖାଲି ଖାଇକି ବ୍ୟଞ୍ଜନ ।

ହୋଇ ଥାଇ ପାରେ ସେ ଜଣେ

ବଡ଼ ଜ୍ଞାନୀ ଗୁଣି କି ବିଦୁଷୀ !

ଜୀବନ ଉତ୍ସର୍ଗ ନକଲା ଦେଶପାଇଁ ଯଦି

ତେବେ ସିଏ ଜଣେ ଅପରାଧୀ ।



Rate this content
Log in

Similar oriya poem from Inspirational