STORYMIRROR

Biswajit Sahoo

Children

4  

Biswajit Sahoo

Children

କିଛି କଥା

କିଛି କଥା

1 min
250


ମନଦେଇ ଶୁଣ କହୁଅଛି ମୁହିଁ,

ତୁମ ପାଇଁ ପଦେ ପଦେ,

କହିବି ଅଧା ମୁଁ ତା'ପରେ ତୁମେ ବି,

କହିଦେବ ଆଉ ଅଧେ।


ଅନ୍ୟାୟ ଅନୀତି ପାଖ ମାଡିବନି,

ସତ୍ୟ ପଥେ ଚାଲୁଥିବ,

ଆଦର ଯତ୍ନରେ ଲଘୁଙ୍କୁ ରଖିବ,

ଗୁରୁବାଣୀ ମାନୁଥିବ।


ଇଟା ଗୋଡିରେ ବି ତୁମେ ଗଢିପାର,

ଶୈଶବର ବାଲିଘର,

ଈଶ୍ୱରଙ୍କ ତୁମେ ସର୍ବଦା ନିଜର,

ତାଙ୍କୁ ମଧ୍ୟ ଭକ୍ତି କର।


ଏତିକି କହିଲି ମନରେ ରଖିବ,

ପାଳନ କରିବ ସଦା,

ଐତିହ୍ୟ ହୋଇବ ତୁମ ଯଶ କୀର୍ତ୍ତି,

ଖୁସି ହେବେ ପିତାମାତା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children