STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

କିଛି ଅକୁହା..

କିଛି ଅକୁହା..

1 min
171

     (କଥା) 

       (1)

ହଁ..

ମୌସୁମୀ..

ତୁ କହିବୁ ତ ଆକାଶକୁ 

ମେଘ ମୁଁ ମାଗିବି,

ତୋ'ଆଶାର ଶ୍ରାବଣରୁ 

ମୁଁ ବରଷା ଆଣିବି,

ରିମଝିମ ଝରୁଥିବ ବର୍ଷା,

ହସୁଥିବ ଜହ୍ନିଫୁଲ,

ଲୁଚୁ ଥିବ ଏ ଲାଜକୁଳୀ,

ସ୍ବପ୍ନ ଅଳସୀର ଜହ୍ନ,

ଇନ୍ଦ୍ରଧନୁରୁ ରଂଗ ଆଣି,

ତୋ ଛବି ମୁଁ ଅଙ୍କିବି..!

      (2)

     (ନଥା)

ଆଉ ସତରେ...

କ'ଣ ଅବା ମୁଁ କହିଥାନ୍ତି..

ଏ ଓଠ ହୁଏତ ମିଛ କହିପାରେ,

ହେଲେ ଏ ଆଖି ନୁହେଁ,

ଏ ରଂଗ ଵି ବଦଳି ଯାଇ ପାରେ,

କିଂତୁ,ଏ 'ଛାଇ ନୁହେଁ..!

ଆଉ,କେମିତି ଵି କହି ଥାନ୍ତି..

ମରମର କଥା,ପରାଣ ଥରାଏ,

କେଉଁ ନିଶାଣ ତ ନୁହେଁ,

ହୃଦୟର ବ୍ୟଥା,ଅନ୍ତର ଜଳାଏ,

କେଉଁ ପାଷାଣ ତ ନୁହେଁ..!!

        (3)

      (କବିତା)

ତେଣୁ ତୁମର..

ଏ କଥା,ନଥା, ପ୍ରେମ ପରିଭାଷା

ଶବ୍ଦର ଯାଦୁ, ଅସୀମ ଆକାଂକ୍ଷା,

ମିଳି ଯାଆନ୍ତା କି ମତେ..

ଲେଖି ମୁଁ ପାରନ୍ତି କିଛି,

ବିଶେଷ ବିଶେଷାଙ୍କ,ବିଶେଷତ୍ବ,

ଆମ ସମ୍ପର୍କର ଗଭୀରତା,

ଭାବ, ବୋଧ, ପ୍ରତୀକ୍ଷା,ତିତିକ୍ଷା,

ଜୀବନର ମୂଲ୍ୟବୋଧ,

ଭାଷା, ଉପଭାଷା ତଥା,

କିଛି ଅକୁହା,ଅନେକ ବିଶେଷ୍ୟ,

ବିଶେଷଣ ଯୁକ୍ତ

ଅନେକ କଥା, କିଛି ଅକୁହା 

ଅନ୍ତର ନିଃସୃତ କିଛି..

ଜୀବନ୍ତ କବିତା..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance