Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

କି ଲାଭ ଅଛି ?

କି ଲାଭ ଅଛି ?

1 min
274



କି ଲାଭ ଅଛି ଏମିତି ଜୀବନରେ

କି ଶୁଭ ଅଛି ଏମିତି ଜିଇଁବାରେ

ଶଙ୍ଖା ସିନ୍ଦୁର ପାଣିଗ୍ରହଣ

 ନାମକୁ ମାତ୍ର ଧାରଣ

ଏକ ଛାତ ତଳେ ଜୀବନଯାପନ

ସାମାଜିକ ବାରଣ କାରଣ ।


ମନରେ ଆଉ ଜଣେ ନିତି ଆସୁଥିବ

ହୃଦୟରେ ଆହୁରି ଜଣେ ବସୁଥିବ

ସ୍ସନ୍ଦନରେ ବେଳ ଅବେଳରେ ପଶୁଥିବ

ସ୍ମୃତି ଆଇନାରେ ମୁରୁକି ହସରେ ଗପୁଥିବ ।


ଶରୀର ସହିତ ଜଣେ

ଅଶରୀର ସହିତ ଆଉ ଜଣେ 

ଶେଜ ସହିତ ଜଣେ

ଆତ୍ମା ସହିତ ଆଉ ଜଣେ 

ପତି ଜଣେ

ପରମେଶ୍ଵର ଆଉ ଜଣେ ।


ସମାଜର ବଡ଼ପଣ୍ଡା ମାନେ

ତଥାକଥିତ ଅଭିଭାବକ ମାନେ

କଡ଼ାମୂର୍ତ୍ତି ପିତା-ମାତା ମାନେ


ପ୍ରେମ ସହ ବଂଶ ପରମ୍ପରା

ସ୍ନେହ ସହ କୂଳ ଆଭିଜାତ୍ୟ 

ଭଲ ପାଇବା ସହିତ ଚାକିରୀ 

କୁ ଫିଙ୍ଗି ଭାଙ୍ଗି 

ମାନସିକତାରେ ପରିବର୍ତ୍ତନ ଟାଙ୍ଗି ।


ପୁଅ-ଝିଅର ମନ 

ମନ ତଳେ ସାଇତା ଇଚ୍ଛା-ସପନ

ଇଚ୍ଛା ତଳେ ଦ୍ରବିତ କୋମଳ ଅଭିପ୍ସା- ସ୍ପନ୍ଦନ

ସହିତ ସୁନ୍ଦର ବ୍ୟବହାର 

ସ୍ନେହିଳ କରିଲେ ଗୁପ୍ତାଚାର ।


ଦୁହିଁଙ୍କ ମନ ଯେଉଁଠି ରାଜି

ଦୁହିଁଙ୍କ ପ୍ରାଣ ଯେଉଁଠି ମାରୁଛି ବାଜି ।


ପରିବାର ପ୍ରତିବନ୍ଧକ ହେଲେ

ରାସ୍ତା ଓଗାଳି ଛିଡ଼ା ହେଲେ ।


ଦୁଇ ଛୁଆ ଛାଡ଼ି ରମଣୀ

ରାତିରେ ଫେରାର୍ ହେଲାଣି

ବାହା ବେଦୀରୁ ଚମ୍ପଟ ମାରିଲାଣି

ବାଇକ୍ ପଛରେ ଲମ୍ପଟ ସାଥିରେ

ଜଡି ଭିଡ଼ି ଉଡ଼ି ଗଲେଣି ।


ଅନୁରୋଧ କେବଳ ସ୍ନେହ ସ୍ବଭାବର

ଅନ୍ତରାୟ କେବଳ ଚିନ୍ତା ଚେତନାର

ଜାଗରଣ କେବଳ ବିଶାଳ ହୃଦୟର ।


Rate this content
Log in

Similar oriya poem from Inspirational