STORYMIRROR

Pramod Kumar Jena

Comedy

3  

Pramod Kumar Jena

Comedy

କି କାଳ ହେଲା

କି କାଳ ହେଲା

1 min
92

ଆସିଥିଲେ ଆମ ପାଖ ମାଉସୀ

ମନରେ ନ ଥିଲା ଆଗର ଖୁସି

ପଚାରିଲେ ମୋର ଆଉଁସି ପିଠି

ରହିଲା ମୋହର ଦୋଷ କେଉଁଠି

ଆଣିଛନ୍ତି ନୂଆ ବୋହୁ ସରସା

ଖାଇବେ ବୋହୂର ହାତ ପରସା

ଜବାବ ଦଉଛି କଥା କଥାରେ

(ଯେମିତି) ନାଗିଗଲା ନିଆଁ କିରାସିନିରେ

ପୁଅ କଥା ଯଦି ଦିଏ ପଚାରି

ମାଡି ବସୁଛି ସେ ଘାଉଁ କରି ।

ପେରେମ ସୁଆଗ ଘରେ ରଖିଥା’

ଅଯଥା କରନା ମୋ ମୁଣ୍ଡ ବଥା

ରୋଷେଇ ଘରରେ କି କଟକଣା

ନାଗିଲେ ବାସନ ହେବ ଅସନା

ଚାହିଁଥାଅ ତାଙ୍କ ଫେରିବା ବାଟ

ଅଧା ରାତି ପରେ ଖୋଲ କବାଟ

ଭୋକ କଲେ ହେବ ଛଅଟ ପଟ

ଖିଆ ପିଆ ହେବ ସରିଲେ ନାଟ

ମୋ ପାଇଁ କିଆଁ ନାଗିବ ପାଲା

ନଗେଇ ଦେଇଛି ମୁହଁରେ ତାଲା ।

ହଇ ହେ ପୁଅ !

ଆମ କାଳେ କ’ଣ ଏଇୟା ଥିଲା ?

ଏ କାଳକୁ ସବୁ ଚୁଲିକୁ ଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy