Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Tragedy

3  

Bijoy Jena

Tragedy

କି ଦୁଃଖ କହିବି

କି ଦୁଃଖ କହିବି

1 min
190



କି ଦୁଃଖ କହିବି କେମିତି କହିବି

  ଲୀଳାମୟ ତୁମେ ହରି

କାର୍ତ୍ତିକ ମାସର ଦ୍ଵିତୀୟ ଦିବସେ

  ଘରମଣି ମନ ଭାରି।


ସକାଳୁ ସକାଳୁ ଦୁର୍ଘଟଣା ଘଟି

 ଗୋଡ଼ ହୋଇଗଲା ମୋଡ଼ି

ମହା କାର୍ତ୍ତିକରେ ମନ୍ଦିର ପ୍ରବେଶ

  ହୋଇବନି ହୁଏ ଭିଡ଼ି।


ଆଖିରୁ ଗଡାନ୍ତି ଲୁହ ଦିନ ରାତି

  ନ ଦେଖି ସନ୍ଧ୍ୟା ଆଳତି

ଅତି ପ୍ରତ୍ୟୁଷରୁ ତୁଳସୀ ମାଳରେ

 ଜଗା ପାଇଁ କେତେ ଭକ୍ତି।


ଘରମଣି ଦୁଃଖ ବୁଝାଇ ଦେଇଛି

 ଯାହା ଭୋଗିବାକୁ ଥିଲା

ସେଥିରେ ଜଗାର ଯାଆ ଆସ କେତେ

 ସିଏ ତ ଜାଣିବା ବାଲା।


ଏତିକି ବୁଝିବା ମନରେ ରଖିବା

  ଜଗା ପ୍ରତି ଭକ୍ତି ଭାବ

ଅଳପ ଦିନରେ ସୁଧାର କରିବେ

  ଦୂର ହୋଇବ ଅଭାବ।


ତୁମ ଇଚ୍ଛା ପ୍ରଭୁ ଆହେ ଜଗନ୍ନାଥ

  ପୂରଣ ହେଉ ଅଚିରେ

ଗାଳି ଦେବି ନାହିଁ ଘରେ ଥାଇ ତୋତେ

 ଦେଖିବି ତୋ ଶ୍ରୀ ମନ୍ଦିରେ।



Rate this content
Log in

Similar oriya poem from Tragedy