STORYMIRROR

Sukadev Mahanta

Tragedy Inspirational

3  

Sukadev Mahanta

Tragedy Inspirational

ଖୂଦୀରାମ ! ଲାଲ ସଲାମ !

ଖୂଦୀରାମ ! ଲାଲ ସଲାମ !

2 mins
233


ଉଣେଇଶ ଶହ ଆଠ ଅଗଷ୍ଟ ଏଗାର

ହସ ହସ ମୁହଁତାର ବୟସ ଅଠର

 ମୁଜାଫରପୁର ଜେଲ ପ୍ରଦେଶ ବିହାର

ଖୂଦୀରାମ୍ ବୋଷ୍ କ୍ରାନ୍ତିକାରୀ ଭାରତ ମାଟିର ।।

 ଯୁଗାନ୍ତର ସଦସ୍ୟ ସେ ହୋଇଥିଲା ନାମେ ତାର 

 ବୋମା ବଳେ ହତ୍ୟା ଅଭିଯୋଗ ଅତି ଗୁରୁତର

 ହୋଇଛି ସାବ୍ୟସ୍ତ ହତ୍ୟା କରିଅଛି ବୋଲି

 ଏକ ଇଂରେଜ ରମଣୀ ସଙ୍ଗେ ତାର ସନ୍ତାନର ।।

ଉଣେଇଶ ଶହ ପାଂଚ ମସିହାରେ ଲର୍ଡ କର୍ଜନ

କରିଥିଲେ ବଙ୍ଗ ଭଙ୍ଗ ଭାଙ୍ଗିବାକୁ ବଙ୍ଗାଳୀ ଏକତାର

ହିନ୍ଦୁ ମୁସଲମାନ୍ ଜୈନ ବୌଦ୍ଧ ଅବା ଖ୍ରୀଷ୍ଟିୟାନ୍

ବଙ୍ଗଳା ଅଟେ ଭାଷା ଯହିଁ ଭାବ ଆଦାନ ପ୍ରଦାନର ।।

ହୋଇଥିଲା ଅଭିସନ୍ଧି ମୁସଲମାନ୍ ହିନ୍ଦୁ ମଧ୍ୟେ

କରିବାକୁ ଠିଆ ପାଚେରୀଟେ ସାଂପ୍ରଦାୟିକ ବିଭେଦର

ଭାଗ ଭାଗ କରି ନଷ୍ଟଭ୍ରଷ୍ଟ କରିବାକୁ 

ଭାରତୀୟ ଏକତା ଜାରି ରଖିବାକୁ ଅନ୍ୟାୟ ଅତ୍ୟାଚାର ।।

ଖେଳିଗଲା ଅସନ୍ତୋଷ ତେଜିଲା ବିଦ୍ରୋହ ରୋଷ

 ଆରମ୍ଭିଲା ପ୍ରୟାସ ଇଂରେଜଙ୍କୁ ଏ ଦେଶୁ ତଡିବାର

ଡଗଲାସ୍ କିଙ୍ଗ୍ସ ଫୋର୍ଡ ଇଂରେଜ ଜଜ୍ ସାହେବ

ବିନାଦୋଷେ ଦଣ୍ଡ ବିଧାନ କରିଲେ କ୍ରାନ୍ତିକାରୀଙ୍କର ।।

 ଖୁଦୀରାମ୍ ଏହା ଦେଖି ନ ପାରିଲା ସହି

ବୟସ ତା ହୋଇଥିଲା ମାତର ପନ୍ଦର

 କଲା ସେ ବଜ୍ର ଶପଥ ହେବ କ୍ରାନ୍ତିକାରୀ 

ବୋମା ଫିଙ୍ଗି ମାରିବ କିଙ୍ଗ୍ସଫୋର୍ଡ ଅନ୍ୟାୟ ବିଚାର ।।

 ବୁଝିଥିଲା ଖୁଦୀରାମ୍ ଭିକ ମାଗି ସ୍ବାଧିନତା

ହାସଲ କରିହେବନାହିଁ ହଟିବନି ଇଂରେଜ ସରକାର

ଅନୁଶୀଳନ ସମିତି ଯୁଗାନ୍ତରେ ଗଲା ମିଶି

ହାସଲ କଲା ଦକ୍ଷତା ସେ ବୋମା ତିଆରି କରିବାର ।।

ପ୍ରଫୁଲ୍ଲ ଚାକି ସଙ୍ଗତରେ ଆନ୍ଦୋଳନେ ଝାସ ଦେଇ

ଦେଖିଲା ସ୍ବପ୍ନ ସେ ଶୋଷଣମୁକ୍ତ ସ୍ବାଧୀନ ଭାରତର

 କିଙ୍ଗ୍ସଫୋର୍ଡ ଲକ୍ଷ୍ୟରଖି ଫିଙ୍ଗାହେଲା ବୋମାଟିଏ

 ବର୍ତ୍ତିଗଲେ କିଙ୍ଗ୍ସଫୋର୍ଡସୌଭାଗ୍ୟୟରୁ ସିନା

ମୃତ୍ୟୁ ହେଲା ଜଣେ ଇଂରେଜ ରମଣୀର ।।

 ବନ୍ଦୀ ହେବା ଆଗୁ ଚାକୀ କଲେ ଆତ୍ମ ହତ୍ୟା

ଧରାହେଲେ ଖୂଦୀରାମ୍

 ଶେଷେ ପାଇଲେ ଦଣ୍ଡ ଫାଶୀର

ଉଣେଇଶ ଶହ ଆଠ ଅଗଷ୍ଟ ଏଗାର

 ଫାଶୀ ଖୂଣ୍ଟେ ଅକୁଣ୍ଠେ ଚଳିଲେ 

    ଅମର ଶହୀଦ୍ ଭାରତର ।।

 ଏକ ଶହ ତେରତମ

ତୁମ ବଳିଦାନ ଦିବସରେ

 ଆହେ ଖୂଦୀରାମ୍ !

କରେ ମୁଁ ଲାଲ ସଲାମ୍ କରଇ ସ୍ମରଣ

ମୃତ୍ୟୁଂଜୟ ତୁମେ ଭାରତ ଭୁବନେ

 ଯାବତ୍ ଚନ୍ଦ୍ରାର୍କେ ହେବ ନାହିଁ  ତୁମର ମରଣ  ।।

ତୁମର ଏ ଆତ୍ମ ବଳିଦାନ 

ଯୁଗ ଯୁଗ ଧରି କରିବ ଆହ୍ବାନ

ହେ ଭାରତ ମାତାର କୋଟି କୋଟି ସନ୍ତାନ

ସତରେ କି ତୁମେ ଆଜି ହୋଇଛ ସ୍ବାଧୀନ?

ଭାରତର ଗଗନ ପବନ

ଜଳ ସ୍ଥଳ ଆକାଶର କୋଣ ଅନୁକୋଣ

ତନ୍ନ ତନ୍ନ କରି ଖୋଜ 

କେଉଁଠାବେ କାରାରୁଦ୍ଧ ହୋଇଛି ସ୍ବାଧୀନ ?

ଭାବିଦେଖ ଭାବିଦେଖ ବାରେ

ସତରେ କି ଭାରତ ମାତା ହୋଇଛି ସ୍ବାଧୀନ?

ଦେଶ ଦ୍ରୋହ ଦୁର୍ନୀତି ଭ୍ରଷ୍ଟାଚାର ଲୁଣ୍ଠନ

କବଳରୁ ଭାରତ କି ହୋଇଛି ସ୍ବାଧୀନ?

ମାଆ ଅବା ଭଉଣୀ କାହାର

ସ୍ବାଧୀନେ କି କରେ ବିଚରଣ ?

ଆଗେଇ ଆସ ତେଜି ସକଳ ବାଧା ବନ୍ଧନ

ଲଢିବାକୁ ଶେଷ ସ୍ବାଧୀନତା ସଂଗ୍ରାମ

ଶେଷହେବ ଯେହ୍ନେ ସବୁ ଶୋଷଣ କଷଣ

ଭାରତର ନିଷ୍ପେଶିତ ନିରନ୍ନ ଯେତେ ଜନଗନ

ଯେମିତି ହୋଇବେ ସତରେ ସ୍ବାଧୀନ

ମିଛଠାରୁ ସତ ଯେହ୍ନେ ହୋଇବ ସ୍ବାଧୀନ ।।


Rate this content
Log in

Similar oriya poem from Tragedy