ଖୁସିର ସେ ସ୍କୁଲ ଦିନ
ଖୁସିର ସେ ସ୍କୁଲ ଦିନ
ଖୁସିର ସେ ସ୍କୁଲ ଦିନ
ତୁମେ ଗଲା ପରେ ମନ ମୋର ଭରେ
ମନେ ପଡେ ଗଲା କଥା,
ଏକl ଏକl ଦୂରେ ଛାତ୍ ର ଉପରେ
ଆଜି ଖାଲି ନିରବତା । (୧)
ତୁମରି ସାଥିରେ ବିତା ସେ ସମୟ
ଖୁସିର ସେ ସ୍କୁଲ ଦିନ,
ଖାଲି ମନେ ପଡେ ମନ ଫରୁଆରେ
ସାଇତା ଯା ସ୍ମୃତି ଚିହ୍ନ । (୨)
କିଛିତ ଫେରନ୍ତି କିଛି ଫେରନ୍ତିନି
କହିବାକୁ ଗଲା କଥା,
ମନ ଖୋଜୁ ଥାଏ ତାଙ୍କୁ ଦେଖିବାକୁ
ଶୁଣି ବାକୁ ତାଙ୍କ କଥା । (୩)
ସମସ୍ତେ ଫେରିବl ଲଫୁଣି ବର୍ଷେ ପରେ
ସାଥି ମୋ ରହିଲା କଥା ,
ଯନ୍ତ୍ରଣାରେ ଭରା ଜୀବନ ବାଟରେ
ହସି ଭୁଲି ଯିବା ବ୍ୟଥା ।(୪)
