ଖୁଦୁରୁକୁଣୀ
ଖୁଦୁରୁକୁଣୀ
ଆସିଲାରେ ଖୁଦୁରୁକୁଣୀ
ମାତିଲେ ରେ ଫୁଲ ଚୋରଣି।।
ମଙ୍ଗଳା ମାଆ ଙ୍କୁ ମନରେ ଧାୟୀ
ଓଷା କରିବେ ଭାଇ ପାଇଁ।
ସକାଳୁ ଉଠି ବାଲୁକା ପୂଜି
ଫୁଲ ଗୁନ୍ଥିବେ ଏକାଠି ବସି।
ମଙ୍ଗଳା ମା ଙ୍କୁ ଆସ୍ଥାନେ ଥୋଇ
ପୂଜା କରିବେ ମନ ଦେଇ।
ଚାଙ୍ଗୁଡି ରେ ନେଇ ଫଳ ମୂଳ
ଏକାଠି ହୋଇବେ ତରୁଣୀ ଗଣ।
ଭାଇ ପାଇଁ କେତେ ଶୁଭ ମନାସୀ
ପୁଷ୍ପାଞ୍ଜଳି ଦେବେ ତରୁଣୀ ମିଶି।
