STORYMIRROR

Dipti Rath

Inspirational

4  

Dipti Rath

Inspirational

ମୋର ସ୍ବପ୍ନ

ମୋର ସ୍ବପ୍ନ

1 min
357

ବଣ ମଲ୍ଲି ପରି ଝରିଯିବା 

ମୋର ସ୍ବପ୍ନ ନୁହେଁ

ଗୋଲାପର କଣ୍ଟା ପରି ତୀକ୍ଷଣ 

ହେବା ମୋର ସ୍ବପ୍ନ।।

ଗର୍ବ, ଅହଙ୍କାର କୁ ନେଇ

ବଞ୍ଚିବା ମୋର ସ୍ବପ୍ନ ନୁହେଁ

ନିଜର କର୍ତ୍ତବ୍ୟ ପାଳନ କରିବା 

ମୋର ସ୍ବପ୍ନ।।

ଅତ୍ମତୃପ୍ତି ପାଇଁ ଗର୍ବ କରିବା 

ମୋର ସ୍ବପ୍ନ ନୁହେଁ 

ଚାରିଗୁଣା ସମ୍ପନ୍ନ ଚତୃଗୁଣା 

ହେବା ମୋର ସ୍ବପ୍ନ।।

କେବଳ ଆଧୁନିକତାକୁ ଶ୍ରେୟ କରି 

ବଞ୍ଚିବା ମୋର ସ୍ବପ୍ନ ନୁହେଁ 

ନିଜ ସଂସ୍କାର କୁ ପୁଞ୍ଜିକରି

ବଞ୍ଚିବା ମୋର ସ୍ବପ୍ନ।।

ଅବଳା ଦୁର୍ବଳା ହେବା ମୋର

ସ୍ବପ୍ନ ନୁହେଁ 

ସମସ୍ତ ବିଷୟରେ ଜ୍ଞାନ ଆହରଣ 

ମୋର ସ୍ବପ୍ନ।।


Rate this content
Log in

Similar oriya poem from Inspirational