ଖନୀ
ଖନୀ
ଫୁଙ୍ଗୁଳା ଶିଶୁକୁ ନେଇ
ନିତି ଆସେ
କିଛି ବୁଝୁ ବା ନ ବୁଝୁ
ରାମାୟଣ ପ୍ରବଚନ ଅବା
କେଉଁ ଜ୍ଞାନୀ ର ଭାଷଣ
ମଝିରେ ସେ ବସେ
ଏକମାତ୍ର ଇଚ୍ଛା
ଫୁଙ୍ଗୁଳା ପିଲାଟି ତା'ର
ଶୋଇଯିବ ଅଧରାତି ଯାକେ
ଚାରିକଡେ ମଥାପରେ
ପାଲଟଣା ଉଷୁମ ଗହଳି
ଇଏ ବି ମାଆଟିଏ
ଖନୀ ପାଗଳି ....
ରାତି ହେଲେ ଖୋଜିବୁଲେ
ଖବର କାଗଜ, ଦର୍ଜି ଦୋକାନ ରୁ
ଫୋପାଡୁ ଥିବା
ଚିରା କନା ମସୁରିଜାଲି
କୁନି କନ୍ଥାଟିଏ ସିଇଁଥିଲା
ଅତି ଯତନରେ କାଲି
ପୁଷର ଶୀତକୁ ଖନୀ
ହରାଇବ ବୋଲି.....
