STORYMIRROR

Ajita Mishra

Abstract

3  

Ajita Mishra

Abstract

ଖନୀ

ଖନୀ

1 min
241

ଫୁଙ୍ଗୁଳା ଶିଶୁକୁ ନେଇ

ନିତି ଆସେ 

କିଛି ବୁଝୁ ବା ନ ବୁଝୁ

ରାମାୟଣ ପ୍ରବଚନ ଅବା

କେଉଁ ଜ୍ଞାନୀ ର ଭାଷଣ

ମଝିରେ ସେ ବସେ

ଏକମାତ୍ର ଇଚ୍ଛା

ଫୁଙ୍ଗୁଳା ପିଲାଟି ତା'ର 

ଶୋଇଯିବ ଅଧରାତି ଯାକେ 

ଚାରିକଡେ ମଥାପରେ

ପାଲଟଣା ଉଷୁମ ଗହଳି 

ଇଏ ବି ମାଆଟିଏ

ଖନୀ ପାଗଳି ....

ରାତି ହେଲେ ଖୋଜିବୁଲେ

ଖବର କାଗଜ, ଦର୍ଜି ଦୋକାନ ରୁ 

ଫୋପାଡୁ ଥିବା

ଚିରା କନା ମସୁରିଜାଲି

କୁନି କନ୍ଥାଟିଏ ସିଇଁଥିଲା 

ଅତି ଯତନରେ କାଲି

ପୁଷର ଶୀତକୁ ଖନୀ

ହରାଇବ ବୋଲି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract