STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"କହିଲ ଦେଖି କିଏ"

"କହିଲ ଦେଖି କିଏ"

1 min
3.1K

କହିଲ ଦେଖି କିଏ

ଏପାଖୁ ଆସେ,ସେପାଖେ ଖସେ

ଆଲୁଅ ବାଢିଦିଏ

ତାହାରି ଲାଗି ବରଷା, ଖରା

ଦିନ ଓ ରାତି ହୁଏ

କହିଲ ଦେଖି କିଏ

ଦିନରେ ଲୁଚେ,ରାତିରେ ହସେ

ଜୋଛନା ଢାଳିଦିଏ

ଚାରି ପାଖରେ ସୁନେଲି ଫୁଲ

ମଝିରେ ଶୋଭାପାଏ

କହିଲ ଦେଖି କିଏ

ଛାତ ପରିକା ବିରାଟ ଦେହ

ମଥା ଉପରେ ଥାଏ

ନଜାଣେ ଦୁଃଖ, ନଜାଣେ ସୁଖ

ତଳକୁ ଚାହିଁଥାଏ

କହିଲ ଦେଖି କିଏ

କେବେ ସେ କଳା,କେବେ ସେ ଧଳା

ଆକାଶେ ଘୁରୁଥାଏ

ରୋଷଣୀ ଜାଳି, ବାଣ ଫୁଟାଇ

ତଳକୁ ଖସୁଥାଏ

କହିଲ ଦେଖି କିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract