STORYMIRROR

Pravas Kumar Swain

Romance

3  

Pravas Kumar Swain

Romance

ଖାସ ତୁମ ପାଇଁ

ଖାସ ତୁମ ପାଇଁ

1 min
9.5K


କଣ କହିବି, କେମିତି କହିବି?

ଭାବି ମୁଁ ପାରୁନି ଜମା,

କି ଭାଷାରେ ତୋତେ ମନର କଥା ମୋ -

ବୁଝାଇ କହିବି,

ପାଉନାହିଁ କିଛି ସୀମା !!

ଭଲ ପାଇବାର ଅର୍ଥ ତ କିଛି

ବୁଝି ଯେ ନଥିଲା କାଲି

ଆଜି ସେ ଦିୱାନା -

ଲେଖେ ପ୍ରେମ ପରୱlନା

ନିଜକୁ ଯାଇଛି ଭୁଲି !!

ତୋ ହସ ଚେହେରା

ନାଚେ ଆଖିସାରl

ଭୁଲାଇଛି ସବୁ କଥା,

ହାତେ ମୋ କଲମ

ଯେବେ ଧରି ବସେ, ଇଚ୍ଛାହୁଏ

ତୋ ପାଇଁ ଲେଖନ୍ତି ଗୋଟେ କବିତା !!

କିଛି ମନକଥା ଲେଖିଲି ମୁଁ ଆଜି

ଜାଣିବାକୁ ତୋ କଥା,

ଭୁଲି ଯିବୁନାହିଁ

ଦେବାକୁ ଉତ୍ତର

ବୁଝିବୁ ମୋ ମନ ବ୍ୟଥା !!


ପ୍ରଭାସ କୁମାର ସ୍ୱାଇଁ

ବିଦେଇପୁର, ବାସୁଦେବପୁର, ଭଦ୍ରକ

7377320654( ଦୂରଭାଷ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance