STORYMIRROR

Akshayakumar Dash

Children

4  

Akshayakumar Dash

Children

ଖାଦ୍ୟ

ଖାଦ୍ୟ

1 min
23.5K

ସମସ୍ତ ଙ୍କ ପାଇଁ ଆହାର ରହିଛି

ଜୀବଜନ୍ତୁ ଆମେ ଯେତେ

ଧରିତ୍ରୀ ବକ୍ଷରେ ଗଛ ଲତା ସବୁ

ପଶୁପକ୍ଷୀ ମାନ କେତେ ।

ଖାଏ କିଏ ଫୁଲ ଫଳ ମୂଳ ପତ୍ର

 ଅର୍ଣ୍ଣ ଓ ବ୍ୟଞ୍ଜନ ନିତି

ରୁଟି ଡାଲି ଚୁଡା ମୁଢିବି ଆମିଷ

ଦିଇନି ପ୍ରସ୍ତୁତ ରୀତି ।

ପଖାଳ ରେ ଶାଗ ଲୁଣ ରସୁଣକୁ

ଦଳି ଲଙ୍କା ସୁଖ ପାଏ

ଖୀରୀ ପୁରି ମିଠା ତେଲଭାଜି ପୁଣିଛତୁଆ ପିଠାକେ ଖାଏ ।

ଏମିତି ବି କିଏ ଖାଏନାହିଁ ଚିନି

ରକ୍ତଚାପ କରେ ଲୁଣ

ଟେଲମସଲାକୁ ପସନ୍ଦ କରେନି

ରହିଛି ବିଷାକ୍ତ ଗୁଣ।

ମାଛ ମାଂସ ଅଣ୍ଡା ଶକତି ମିଳଇ

ଖାଦ୍ୟସାର ଥାଏ ଭରି

ନିରାମିଷ ଆମ ଶରୀର କୁ ହିତ

ପିଏ କିଏ କ୍ଷୀର ଧରି ।

ମନଧ୍ୟାନ ଦେଇ ରନ୍ଧନ କରିବା

ଲାଳସା ନରଖି ଯଦି

ଶରୀରକୁ ହିତ ନରହିବ ଭିତ

ସ୍ୱାସ୍ଥ୍ୟ ହିଁ ସମ୍ପଦ ଗତି ।

ମିତ ଋତୁ ହିତ ପନିପାରିବାରେ

ଖାଦ୍ୟ ପ୍ରାଣ ଥାଏ ପୁରି

ନିଇତି ଚୋବେଇ କଞ୍ଚା ଫଳ ଖାଇ

ରୋଗରେ ହେବାନି ଝୁରି ।

ଲାଳସା ରଖିବା ଯଦିବା ଆହର

ଶରୀର ରେ ରୋଗ ଖଣି

ଚିକିତ୍ସକ ସଦା ଶ୍ର।ଦ୍ଧ କରି ଅର୍ଥ 

ଜୀବନ ବିପଦ ମଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Children