STORYMIRROR

Jyotirmoyee Mohanty

Tragedy

3  

Jyotirmoyee Mohanty

Tragedy

କେଉଁଠି ଥାପିବୁ ପାଦ

କେଉଁଠି ଥାପିବୁ ପାଦ

1 min
176

ଝିଅଟାଏ ବୋଲି ତ 

ଦେଖି ପାରିଲିନି ଏ ସୁନ୍ଦର ଦୁନିଆ 

ଜନନୀ ଜଠରରୁ ହେଲି ବହିସ୍କୃତ 

ନିରେଖି ପରଖି l 


ଯଦିବା ସୁଯୋଗ ମିଳନ୍ତା କେବେ 

ଦେଖିବାକୁ ଏ ସୁନ୍ଦର ଦୁନିଆ 

ଝିଅ ଟିଏ ବୋଲି 

ହୋଇଥାନ୍ତି ଭାରି ହୀନିମାନିଆ l 


ଝିଅଟିଏ ପାଇଁ ତ ଏଇଠି 

ମାଟି, ପାଣି, ପବନରେ 

ସଞ୍ଚରିଯାଏ ବିଷ 

ତା'ପାଇଁ ଦୁନିଆ ବିବର୍ଣ୍ଣ 

ଆକାଶ ଭାରାକ୍ରାନ୍ତ 

ନିଜର ବି ହୋଇଯାନ୍ତି ପର l


କେଉଁଠାରେ ଆଉ ଥାପିବୁ ପାଦ? 

କୁହତ ! କାହାକୁ କରିବୁ ନିଜର? 



Rate this content
Log in

Similar oriya poem from Tragedy