କେତେ ଦୂର
କେତେ ଦୂର
ଭୂମୀଠୁଁ ଭୂମା କେତେ ଦୂର
ଭଗ୍ନାଂଶରୁ ଶତସହସ୍ରାଂଶ
ଫେଡିଲା ପରେ ଭାଗଶେଷ ପାଖରେ
ଯେଉଁ କଟାକଟି
ଯେଉଁ ଓଲଟ ପାଲଟ
ଯେଉଁ ମସ୍ତକରେ ସ୍ୱେଦବିନ୍ଦୁର ଆଗମନ
ବାରମ୍ଵାର ଅଙ୍ଗୁଳି ରେଖା ଗଣନ ଗାର
କରିବାରେ ଲାଗେ ଯେତେ ବାର ।
ଚୁମାରୁ ବୋମା କେତେ ଦୂର
ସପନ ବେଦିରେ ପ୍ରେମ ଦୀପାଳୀ
ଅନୂଢା କିଶୋରୀ ହାତ ଆଞ୍ଜୁଳୀ
ପଲକେ ଜଳୁଥିଲା ସୁଗନ୍ଧ ପ୍ରସାରୀ
ଅନନ୍ତ ଅବ୍ୟକ୍ତ ଅନ୍ତରଙ୍ଗତା ଧରି ଆବୋରି
କାଳଦୈଶାଖିର ପ୍ରତାରଣା ଝଡ଼ବର୍ଷା
ଲିଭେଇ ଦେବାରେ
ଲାଗେ ଯେତେ ସମୟ ପଚାର ।
ପଲ୍ଲୀରୁ ଦିଲ୍ଲୀ କେତେ ଦୂର
ଛୋଟ ଗାଁର ଚାଳ ଛପର ଘର
ଇନ୍ଦିରା ଆବାସ ମୋ କୁଡିଆରେ ରୂପାନ୍ତର
ଲାଭ ପୋଇ ସଜନା ଛୁଇଁ ବଦଳରେ
ଆମାଜନ୍ ପ୍ଲିପ୍ କାର୍ଟରେ
ଡିଜିଟାଲ୍ ମାର୍କେଟିଙ୍ଗ୍
ସପିଙ୍ଗ୍ ଚାଲିଛି ବେସୁମାର
ଜଗତୀକରଣ ଗର୍ଭରେ ସସାଗରା ଧରା
ଯୋଗାଯୋଗେ ଏକତ୍ରୀକରଣ ଏକେକାର ।
ଦେବରୁ ଦାନବ କେତେ ଦୂର
ଇଶ୍ଵରଙ୍କ ଶ୍ରେଷ୍ଠ ସୃଷ୍ଟି
ମାଟି ପିଣ୍ଡୁଳା ଦେବ ଶିଶୁ
ନିଷ୍ପାପ ମନରେ ଆଙ୍କେ ମାନସାଙ୍କ
ଉଚ୍ଚରୁ ଉଚ୍ଚତର ସୋପାନ ପଦାଙ୍କ
ବିଫଳତା ପ୍ରବଞ୍ଚନା ରଙ୍ଗ କାଳସି ଲଗାଏ
କ୍ଷଣିକ ଆସୁରିକ ଉତ୍ପାଦ ବିତ୍ପାତ
କରିବସେ କ୍ଷଣଭଙ୍ଗୁର ।
ଅକ୍ଷରରୁ ଓଁକାର କେତେ ଦୂର
ଶିକ୍ଷା ହିଁ ଦୀକ୍ଷା ଆତ୍ମାର ପ୍ରତୀକ୍ଷା
ପେଟ ପାଇଁ ନାଟ ଠାରୁ
ଜୀବନ ଜୀବିକା ପ୍ରସାରୁ ପ୍ରସାରୁ
ଧର୍ମ କର୍ମ ଜ୍ଞାନଚକ୍ଷୁ ଗଜରୁ ଗଜରୁ
ଅନାମଧେୟ ଦଶରଥ ମାଝି ପରି
ଅସମ୍ଭବ ଗିରିପଥ
ଗଢିବସେ ମୁକ୍ତିପଥ ନିର୍ବାଣର ।
ମାଟିରୁ ଆକାଶ କେତେ ଦୂର
ପଞ୍ଚଭ୍କତରୁ ଆବର୍ତ୍ତ ହେଲେ ବି
ମାଟିମନସ୍କ ମନପ୍ରାଣ
ମୁରୁକି ଦିଏ ଦେଖି
ସବୁଜ ପଣତ ଧରଣୀ ରାଣୀର
ଆତ୍ମହରା ବସି ଦେଖେ ଅପଲକେ
ତାରା ଭରା ଜହ୍ନରାତି ପ୍ରୀତି ରଙ୍ଗର
ସଂପର୍କ ଆଦିରୁ ଅନାଦି କାଳ କାଳାନ୍ତର ।
କୋକରୁ କୋକେଇ କେତେ ଦୂର
ବୀର୍ଯ୍ୟରୁ କୋଷିକା ଅଂଶିକା
ନାନୁ-ପରମାଣୁ ଅଣୁ ଗର୍ଭାଧାନ
ଶୈଶବ ଯୌବନ ଡେଉଁ ସାରେ
ଚାରିଦିନର ଜୀବନ ଯାପନ
ଜାଣି ପାରେନା ବାର୍ଦ୍ଧକ୍ୟ ଜରା ଆଗମନ
ଛଅ ଖଣ୍ଡ କାଠରେ ବନ୍ଧା ଶେଷ ଭ୍ରମଣ
ମୁଠାଏ ପାଉଁଶରେ ସରେ
ଘଟ ପରିବର୍ତ୍ତନ